କନକ ବ୍ୟୁରୋ : ବାଲିଗୁଡ଼ା ସାରଙ୍ଗଗଡ଼ରେ ଚାଞ୍ଚଲ୍ୟ । ୪ ବର୍ଷର ଝିଅକୁ ନୃଶଂସ ଭାବେ ହତ୍ୟା କରିବା ପରେ ଜଙ୍ଗଲରେ ପୋତିଦେଇଥିଲା ମା’ । ଛାନଭିନ୍ ପରେ ମାଟି ତଳୁ ମିଳିଲା ଝିଅର ଶବ । ଗତ ଶନିବାର ଦିନ ଝିଅ ଓ ନାତୁଣୀ ନିଖୋଜ ହୋଇଥିବା ନେଇ ଅଜା ବିପିନି ବେହେରା ସାରଙ୍ଗଗଡ଼ ଥାନାରେ ଏତଲା ଦେଇଥିଲେ । ପୋଲିସ ଖୋଜାଖୋଜି ପରେ ମାଟି ତଳୁ ଝିଅର ଶବ ଉଦ୍ଧାର କରିଛି । ଅନ୍ୟପଟେ ମା’କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Advertisment

ସୂଚନା ଅନୁସାରେ ଝିଅଟିକୁ ଧରି ମା’ ପଦ୍ମିନୀ ନିକଟସ୍ଥ କାଡ୍ରିମୁଣ୍ଡା ଜଙ୍ଗଲକୁ ଯାଇଥିଲା । ସେଠାରେ ଝିଅର ତଣ୍ଟିଚିପି ହତ୍ୟା କରିବା ପରେ ଜଙ୍ଗଲରୁ ଡାଳ ଓ ପତ୍ର ସଂଗ୍ରହ କରି ତା ଉପରେ ଘୋଡ଼ାଇ ମାଟି ମଡାଇଦେଇଥିଲା । ନାତୁଣୀ ସମ୍ପର୍କରେ ଝିଅକୁ ପଚାରିବାରୁ ତାର କଥାରେ କୌଣସି ତାଳମେଳ ରହିନଥିଲା । ଫଳରେ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ସାରଙ୍ଗଗଡ଼ ପୋଲିସ ଘଟଣାର ତଦନ୍ତ କରି ମା’ ପଦ୍ମିନୀ ବେହେରାଙ୍କୁ ଗିରଫ କରିଛି ।