ଦେଶୀ ମଦ ଆଡ୍ଡା ଭାଙ୍ଗିଲେ ମହିଳା । ମଦ ବିକ୍ରି କରୁଥିବା ବ୍ୟକ୍ତିକୁ କଲେ ଉଠବସ୍

Advertisment
ଦେଶୀ ମଦ ଆଡ୍ଡା ଭାଙ୍ଗିଲେ ମହିଳା । ମଦ ବିକ୍ରି କରୁଥିବା ବ୍ୟକ୍ତିକୁ କଲେ ଉଠବସ୍

କନକ ବ୍ୟୁରୋ : ଦେଶୀ ମଦ ଆଡ୍ଡା ଉପରେ ମହିଳାଙ୍କ ଅତର୍କିତ ଚଢ଼ାଉ। ଭାଙ୍ଗିଲେ ମଦ ବୋତଲ ଓ ପ୍ରସ୍ତୁତକାରୀ ସାମଗ୍ରୀ । ମଦ ବିକ୍ରି କରୁଥିବା ବ୍ୟକ୍ତିକୁ ଘେରାଉ କରି ଉଠ ବସ୍ କରାଇଲେ ମହିଳା । ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ ଅଞ୍ଚଳ ନାୟକ ସାହିରେ ଆଜି କିଛି ମହିଳା ଏକାଠି ହୋଇ ମଦ ଭାଟି ଓ ଆଡ୍ଡା ଉପରେ ଚଢ଼ାଉ କରିଛନ୍ତି । ଏଥିରେ ଅନେକ ସ୍ପିରିଟ ବୋତଲ ସାଙ୍ଗକୁ ପାଉଡର ମଧ୍ୟ ଜବତ ହୋଇଛି ।

ମଦ ଯୋଗୁଁ ଘରେଘରେ ଘରୋଇ ହିଂସା ବଢ଼ିବା ସହ ସ୍ୱାମୀ, ପୁଅ, ପୁତୁରା ମଦ ପିଇ ଆସି ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ମହିଳା । ତେଣୁ ଉତ୍ୟକ୍ତ ମହିଳାମାନେ ଏହି ମଦ ଆଡ୍ଡା ଗୁଡିକ ଭିତରେ ପଶି ଅନେକ ଭଙ୍ଗାଭଙ୍ଗି କରିଛନ୍ତି । ସେପଟେ ଘଟଣାରେ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ମହିଳା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe