ମଦ ଭାଟି ବନ୍ଦ ଦାବିରେ ତାତିଲେ ମହିଳା । ଫାଣ୍ଡି ଆଗରେ ଶହ ଶହ ଲିଟର ଢାଳି କଲେ ପ୍ରତିବାଦ

158

କନକ ବ୍ୟୁରୋ: ବିଷାକ୍ତ ମଦ ଜବତ କଲେ, ପୁଲିସ ଫାଣ୍ଡି ସମ୍ମୁଖରେ ଢାଳିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ମାଲୁଦ ରାଜା ବଜାରରେ । ମଦ ଭାଟି ବନ୍ଦ କରିବାକୁ ବାରମ୍ବାର ଅଭିଯୋଗ ସତ୍ୱେ ପୁଲିସ ନ ଶୁଣିବାରୁ ମହିଳାମାନେ ନିଜେ ଶହ ଶହ ଲିଟର ଦେଶୀମଦକୁ ଜବତ କରି ଫାଣ୍ଡି ସମ୍ମୁଖରେ ଢାଳି ପ୍ରତିବାଦ କରିଛନ୍ତି । ଆଗାମୀ ଦିନରେ ମଦ ବିକ୍ରୀ ବନ୍ଦ ନହେଲେ ରାଜରାସ୍ତାକୁ ଅବରୋଧ କରିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।