ସଙ୍ଗୀତ ଦୁଃଖୀ ମଣିଷ ମନରେ ଖୁସି ଭରିଦେଇଥାଏ । ସଙ୍ଗୀତପ୍ରିୟ ଲୋକମାନଙ୍କ ପାଇଁ ସଂଗୀତ ହିଁ ସବୁକିଛି ହୋଇଥାଏ । ସଙ୍ଗୀତକୁ ଭଲ ପାଉଥିବା ଲୋକମାନଙ୍କୁ ହେଡଫୋନରେ ଗୀତ ଶୁଣିବା ବହୁତ ପସନ୍ଦ ଥାଏ । ସେ ଗାଡି ଚଲାଇବା ସମୟରେ ହେଉ ଅବା ରାତିରେ ଶୋଇବା ସମୟରେ, ଲୋକମାନେ ଅଧିକାଂଶ ସମୟ କାନରେ ହେଡଫୋନ ଲଗାଇ ଗୀତ ଶୁଣିଥାନ୍ତି । ଏପରି ଲୋକ ବିନା ହେଡଫୋନରେ ରହି ପାରନ୍ତି ନାହିଁ । କିନ୍ତୁ ଏପରି ଭୁଲ କରିବା ଦ୍ୱାରା ବେଳେ ବେଳେ ମଣିଷକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ପରି ଏକ ଅଘଟଣ ଘଟିଛି ତାମିଲନାଡୁରେ । କାନରେ ହେଡଫୋନ ଲଗାଇ ରାତିରେ ଶୋଇଥିବା ୪୬ ବର୍ଷୀୟ ଜଣେ ମହିଳାଙ୍କୁ କରେଣ୍ଟ ଲାଗିବା କାରଣରୁ ମୃତ୍ୟୁ ହୋଇଛି ।
ପୋଲିସ କହିବା ଅନୁସାରେ, ଶନିବାର ରାତିରେ ତାମିଲନାଡୁର କାଥୁର ସ୍ଥିତ ଏକ ଗାଁରେ ଜଣେ ମହିଳା ଫାତିମା ରାତିରେ ଶୋଇବା ବେଳେ କାନରେ ହେଡଫୋନ ଲଗାଇ ଶୋଇପଡିଥିଲେ । ସକାଳୁ ସେ ନଉଠିବାରୁ ତାଙ୍କ ସ୍ୱାମୀ ତାଙ୍କୁ ନିଦରୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ । ସେ ନଉଠିବାରୁ ତାଙ୍କ ସ୍ୱାମୀ ତାଙ୍କୁ ନିକଟରେ ଥିବା ଏକ ମେଡିକାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କର ଶବ ବ୍ୟବଛେଦ ପାଇଁ ପଠା ଯାଇଥିଲା । ତେବେ ଡାକ୍ତରଙ୍କ କହିବା ଅନୁସାରେ ରାତିରେ ହେଡଫୋନ ଲଗାଇ ଶୋଇଥିବା ବେଳେ ସଟସର୍କିଟ ହୋଇ କରେଣ୍ଟ ଲାଗିବା କାରଣରୁ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/lee-campbell-192237-796x531.jpg)
/kanak/media/post_attachments/wp-content/uploads/2018/05/roccat-cross-5-3-300x169.jpg)