ଏମିତି ବି ଆସେ ମୃତ୍ୟୁ । ପୋଖରୀରୁ ଗାଧୋଇ ଫେରିବା ବେଳେ ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ ।

156

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଜାମକୀ ଗାଁରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା । ଗାଁର ଜଣେ ମହିଳା ପୋଖରୀରୁ ଗାଧୋଇ ସାରି ଘରକୁ ଫେରୁଥିବା ସମୟରେ ବଜ୍ରାଘାତରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ନୃପତି ମାଝି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବଜ୍ରପାତ ଘଟିବା ପରେ ରାସ୍ତା ଉପରେ ଟଳି ପଡ଼ିଥିଲେ ନୃପତି । ପରିବାର ଲୋକେ ଖବର ପାଇ ପ୍ରଥମେ ତୁରେକେଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଗୁରୁତର ଅବସ୍ଥାରେ ନୃପତିଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ନୃପତିଙ୍କ ସ୍ୱାମୀ ମଧ୍ୟ ୧୨ ବର୍ଷ ଆଗରୁ ମୃତ୍ୟୁ ହୋଇଥିବା ବେଳେ ଏବେ ପରିବାରର ପୁଅ-ଝିଅ ଅସହାୟ ହୋଇପଡିଛନ୍ତି ।