ସାପ ଚୋଟରେ ସ୍ତ୍ରୀ-ଝିଅଙ୍କୁ ହତ୍ୟା: ହତ୍ୟା ପଛରେ ୮ ଲକ୍ଷ ଟଙ୍କାର ଲୋଭ!

1,070

କନକ ବ୍ୟୁରୋ: ଆଠ ଲକ୍ଷ ଟଙ୍କାର ଲୋଭ ସ୍ୱାମୀକୁ ସଜାଇଦେଲା ହତ୍ୟାକାରୀ । କବିସୂର୍ଯ୍ୟନଗର ଅଢ଼େଇବର ଗାଁର ଚାଂଚଲ୍ୟକର ହତ୍ୟାକାଣ୍ଡ ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଗୋଟିଏ ପଟେ ପରକୀୟା ପ୍ରୀତି, ଅନ୍ୟପଟେ କ୍ଷତିପୂରଣ ଟଙ୍କାର ଲୋଭ ଅଭିଯୁକ୍ତକୁ ବନାଇ ଦେଇଥିଲା ସଇତାନ । ବଲିଉଡ ହରର ଫିଲ୍ମର କାହାଣୀ ଠାରୁ ଏହି ହତ୍ୟାକାଣ୍ଡର ରହସ୍ୟ କିଛି କମ୍ ନୁହେଁ ।

କବିସୂର୍ଯ୍ୟନଗର ଅଢ଼େଇବର ଗାଁର ଏହି ଚାଂଚଲ୍ୟକର ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଗୋଟିଏ ପଟେ ପରକୀୟା ପ୍ରୀତି, ଅନ୍ୟପଟେ କ୍ଷତିପୂରଣ ଟଙ୍କାର ଲୋଭ ଅଭିଯୁକ୍ତ କେ ଗଣେଶ ପାତ୍ରକୁ ବନାଇ ଦେଇଥିଲା ସଇତାନ । ସ୍ତ୍ରୀ ବାସନ୍ତୀ ପାତ୍ର ଓ ୨ ବର୍ଷର କୁନି ଝିଅ ଶୋଇଥିବା ବେଳେ ସାପ ଚୋଟରେ ଗଶେଶ ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା କରିବା ପରେ କିପରି କ୍ଷତିପୂରଣ ଟଙ୍କା ମିଳିବ ଯୋଜନା କରିଥିଲା ଗଣେଶ । କାରଣ ତା’ ମାଆ ବଜ୍ରପାତରେ ମରିଯିବା ପରେ ତାଙ୍କୁ ୪ ଲକ୍ଷ ଟଙ୍କା ମିଳିଥିଲା । ସର୍ପାଘାତରେ ବି କ୍ଷତିପୂରଣ ମିଳେ ବୋଲି ଜାଣିଥିଲା ଗଶେଶ । ଏପଟେ ଶ୍ୱଶୁର ଖଲି ପାତ୍ର ହତ୍ୟା ଅଭିଯୋଗ ଆଣିବା ପରେ ଥାନାରୁ ମାମଲା ଉଠାଇ ଦେଲେ ତାଙ୍କୁ ବି କ୍ଷତିପୂରଣ ଟଙ୍କାରୁ ଭାଗ ଦେବ ବୋଲି କହିଥିଲା ଗଣେଶ ।

ଝିଅ ଓ ନାତୁଣୀଙ୍କ ମୃତ୍ୟୁର ସଉଦା କରିବାକୁ ଖଲି ପାତ୍ର ମନା କରିଦେବା ପରେ ପୂରା ୮ ଲକ୍ଷ ଟଙ୍କା ଦେବା ପାଇଁ ଲୋଭ ଦେଖାଇଥିଲା ଗଶେଶ । କିନ୍ତୁ ଝିଅର ହତ୍ୟାକାରୀଙ୍କୁ ଆଇନର ଦଣ୍ଡ ଦେବାକୁ ନିଷ୍ପତି ନେଇଥିଲେ ଖଲି ପାତ୍ର ।

ସାପ ଓ ଷଡ଼ଯନ୍ତ୍ରର ଆଉ ଏକ ସାଂଘାତିକ ଦିଗ ପଦାକୁ ଆସିଛି । ସାପୁଆଙ୍କ ଠାରୁ ବିଷାକ୍ତ ନାଗ ସାପ ଆଣିବା ପାଇଁ ଅନେକ ସାପୁଆଙ୍କ ସହ ଯୋଗାଯୋଗ କରିଥିଲା ଅଭିଯୁକ୍ତ । ପୁଲିସ ସ୍କାନରରେ ଚାରି ଜଣ ସାପୁଆ ଥିବା ବେଳେ ବସନ୍ତ ଆଚାର୍ଯ୍ୟ ନାମକ ଜଣେ ସାପୁଆଙ୍କ ବୟାନ ରେକର୍ଡ କରିଛି ପୁଲିସ । ୨ ହଜାର ଟଙ୍କା ନେଇ ବସନ୍ତ ଆଚାର୍ଯ୍ୟ ସାପ ଯୋଗାଇଥିବା କୁହାଯାଉଛି ।

ବଲିଉଡ୍ ହରର କାହାଣୀ ଭଳି କବିସୂର୍ଯ୍ୟନଗରର ଏହି ଛାତିଥରା ଘଟଣାକୁ ଏବେ ବ ଅନେକ ବିଶ୍ୱାସ କରିପାରୁନାହାନ୍ତି । ନିଜ ସ୍ତ୍ରୀ ଓ ଜନ୍ମକଲା ଝିଅକୁ ସାପ ଚୋଟରେ ମାରି ଅଭିଯୁକ୍ତ ଗଣେଶ ଯେଉଁ ସାଂଘାତିକ ଷଡ଼ଯନ୍ତ୍ର ରଚିଥିଲା ତାହା ଉପରୁ ଧିରେ ଧିରେ ପରଦା ଉଠୁଛି ।