କନକ ବ୍ୟୁରୋ: ସ୍ୱାମୀ ଆଗରେ ସ୍ତ୍ରୀକୁ ଦଳିଦେଲା ଦନ୍ତା ହାତୀ । ମୃତ ମହିଳା ହେଉଛନ୍ତି ସୁଲୋଚନା ବିଶ୍ୱାଳ । ସ୍ୱାମୀ ଛବିଳ ବିଶ୍ୱାଳଙ୍କ ସହ ବାଇଗଣ ବାଡିକୁ ଆସିଥିଲେ । ଏହି ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ସ୍ୱାମୀ-ସ୍ତ୍ରୀ । ଏବେ ଛବିଳଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଉତ୍ପାତ ହେବା ଆରମ୍ଭ କରିଛି । ଏହାକୁ ନେଇ ଏବେ ତଳଗଡ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି ।

Advertisment