କନକ ବ୍ୟୁରୋ: ସାପ କାମୁଡାରେ ମହିଳା ମୃତ । ମହିଳାଙ୍କ ଠାରୁ ବିଷ ଟାଣି ତାଙ୍କୁ ବଂଚାଇବାକୁ ଉଦ୍ୟମ କରିବାକୁ ଯାଇ ଅନ୍ୟଜଣେ ମହିଳା ଗୁରୁତର । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଝଣଝଣା ଗାଁରୁ । ଗାଁରେ ୪୦ ବର୍ଷୀୟା ମହିଳା ଝୁନୁରାଣୀ ବେହେରାଙ୍କୁ ଗତକାଲି ମଧ୍ୟାହ୍ନରେ ସାପ କାମୁଡି ଥିଲା । ତେବେ ତାଙ୍କ ଠାରୁ ବିଷ ଟାଣି ଝୁନୁରାଣୀଙ୍କୁ ବଂଚାଇବାକୁ ଉଦ୍ୟମ କରିଥିଲେ ସେହି ଗାଁର ମିନତି ଦେହୁରୀ । ମାତ୍ର ସଫଳ ହୋଇ ନଥିଲେ । ଝୁନୁରାଣୀଙ୍କୁ ଆନନ୍ଦପୁର ଡାକ୍ତରଖାନା ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏପଟେ ଝୁନୁରାଣୀଙ୍କ ଠାରୁ ବିଷ ଟାଣିଥିବା ମିନତି ଘରେ ମୁଣ୍ଡ ବୁଲାଇ ପଡିବା ସହ ଅଚେତ ହୋଇପଡିଥିଲେ । ପରେ ପରିବାର ଲୋକେ ମିନତି ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/14-6.jpg)