କନକ ବ୍ୟୁରୋ : ମନ୍ତ୍ରୀଙ୍କ ଉପସ୍ଥିତିରେ କଂଗ୍ରେସ-ବିଜେଡି ହାତାହାତି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଉପସ୍ଥିତିରେ କଂଗ୍ରେସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ହାତାହାତି ହୋଇଥିଲା । ପ୍ରଥମେ କଥା କଟିକଟି ପରେ ସ୍ଥିତି ଅଣାୟତ୍ତ ହୋଇଥିଲା । ଏଥିରେ ବିଜେଡିର ଜଣେ କାଉନ୍‌ସିଲର ଆହତ ହୋଇଥିଲେ ।

Advertisment

ଶୁକ୍ରବାର ସ୍ଥାନୀୟ ସଂସ୍କୃତିଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମ ଥିଲା। ଏଥିରେ ଶାସକ ଦଳର ମନ୍ତ୍ରୀ ରୋହିତ ପୂଜାରୀ, ବଲାଙ୍ଗୀରର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ । ଉଭୟ ଦଳର ବହୁ ସଂଖ୍ୟାରେ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ପୁରୋଧା ଥିଲେ ଜିଲ୍ଲାପାଳ ଚଞ୍ଚଳ ରାଣା । ଉଦ୍‌ଘାଟନ ପରେ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକ ନରସିଂହ ମିଶ୍ର ଓ ଶାସକ ଦଳର ସ୍ଥାନୀୟ କାଉନ୍‌ସିଲର୍‌ ମହେନ୍ଦ୍ର ବାଗଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ବଲାଙ୍ଗୀରରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ମହେନ୍ଦ୍ର ବାଗ ବିରୋଧ କରିଥିବା ବେଳେ ନରସିଂହ ମିଶ୍ର କହିଥିଲେ, ଜିଲ୍ଲାପାଳ କାହିଁକି ଉଚ୍ଛେଦ କରୁନାହାନ୍ତି । ତମେ ପଟ୍ଟା ବାଣ୍ଟିବାକୁ କିଏ ବୋଲି ମହେନ୍ଦ୍ର ବାଗ ଓ ପୌରାଧ୍ୟକ୍ଷାଙ୍କୁ କହିଥିଲେ ନରସିଂହ । ଏହି କଥାରୁ ଉଚ୍ଚବାଚ ହୋଇଥିଲା ।