କନକ ବ୍ୟୁରୋ : ମାଲକାନଗିରିରୁ ଏପରି ଏକ ଖବର ଆସିଛି, ଯାହା ମାନବିକତାର ବଡ଼ ଉଦାହରଣ । ପରୀକ୍ଷା ଦେଉଥିଲେ ମାଆ । ପରୀକ୍ଷା କେନ୍ଦ୍ରରେ ଛୁଆକୁ କାଖେଇ ତା’ର ଯତ୍ନ ନେଇଥିଲେ ଜଣେ ମହିଳା କନଷ୍ଟେବଳ । ଏପରି କି ଶିଶୁକୁ ସ୍ତନ୍ୟପାନ କରାଇ ଉଦାହରଣ ପାଲଟିଛନ୍ତି । ଗତକାଲି ମାଲକାନଗିରିରେ କନେଷ୍ଟବଳ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ହେଉଥିଲା । ପରୀକ୍ଷା ଦେବାକୁ ଆସିଥିଲେ ଜଣେ ମହିଳା । ତାଙ୍କ କୋଳରେ ଥିଲା କଅଁଳା ଶିଶୁ । ଶିଶୁକୁ ଧରି ପରୀକ୍ଷା ଦେବା ତାଙ୍କ ପକ୍ଷରେ ସମ୍ଭବ ନଥିଲା ।

Advertisment

ଏତିକି ବେଳେ ମଣିଷ ପଣିଆ ଦେଖାଇ ସହାୟତା ପାଇଁ ଆଗେଇ ଆସିଥିଲେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ । ସେହି ପରୀକ୍ଷା କେନ୍ଦ୍ରରେ ସେ ମୂତୟନ ହୋଇଥିଲେ । କଅଁଳା ଶିଶୁକୁ କାଖେଇ ପରୀକ୍ଷା ଶେଷ ହେବା ଯାଏଁ ନିଜ ପାଖରେ ରଖି ଯତ୍ନ ନେଇଥିଲେ କନେଷ୍ଟବଳ ବାସନ୍ତୀ ଚୌଧୁରୀ । ଭୋକିଲା ଶିଶୁକୁ ସ୍ତନ୍ୟପାନ କରାଇ ସେ ଏକ ନିଆରା ଊଦାହରଣ ସୃଷ୍ଟି କରିଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରି ଟ୍ୱିଟ୍ କରିଛି ମାଲକାନଗିରି ପୁଲିସ । ଉଭୟ ମହିଳା କନେଷ୍ଟବଳ ଓ ପ୍ରତିକୂଳ ପରିସ୍ଥିତିରେ କନେଷ୍ଟବଳ ପରୀକ୍ଷା ଦେବାକୁ ଆସିଥିବା ମହିଳାଙ୍କୁ ପ୍ରଶଂସା କରିଛି ଜିଲ୍ଲା ପୁଲିସ ।