କନକ ବ୍ୟୁରୋ: ଜବରଦଖଲ ଉଚ୍ଛେଦ ବେଳେ ମହିଳା ପିଇଦେଲେ ବିଷ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ତହସିଲ ଅଧୀନସ୍ଥ ଗେଡ଼ମା ପଂଚାୟତ ଜଳସରପୁର ଗ୍ରାମରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିିଥିଲା । ଏହି ସମୟରେ ଜଣେ ଜଣେ ମହିଳା ବିଷ ପିଇ ଗୁରୁତର ହୋଇଛନ୍ତି ।

Advertisment

ରଞ୍ଜନ କୁମାର ଧଳ ନାମକ ଜଣେ ବ୍ୟକ୍ତି ଦୀର୍ଘ ୪୦ ବର୍ଷ ହେଲା ଗାଁରେ ଥିବା ଏକ ସରକାରୀ ଜମିି ଉପରେ ବାସଗୃହ ନିର୍ମାଣ କରି ରହି ଆସୁଥିଲେ । ଏପରିକି ସରକାରଙ୍କ ପକ୍ଷରୁ ସେହି ସ୍ଥାନରେ ଏକ ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେ । ସେହି ଗ୍ରାମର ପ୍ରେମଲତା ନାୟକ ନାମକ ଜଣେ ମହିଳା ଏନେଇ ଜବର ଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ପ୍ରଶାସନ ଓ ପୋଲିସ ଫୋର୍ସ ଉପସ୍ଥିତିରେ ଜବରଦଖଲ ହଟାଇବାକୁ ପ୍ରୟାସ କରାଯାଉଥିଲା । ଏହି ସମୟରେ ରଞ୍ଜନଙ୍କ ପରିବାର ଲୋକେ ବିରୋଧ କରିଥିଲେ । ଏପରିକି ରଞ୍ଜନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ତାଙ୍କ ପତ୍ନୀ ଘର ନଭାଙ୍ଗିବାକୁ ଅନୁରୋଧ କରିଥିଲେ । ହେଲେ ପ୍ରଶାସନ କିଛି ଶୁଣିନଥିବା ଅଭିଯୋଗ ହୋଇଛି । ଏଥିରେ ମର୍ମାହତ ହୋଇ କନକଲତା ଘରେ ଥିବା କୀଟନାଶକ ପିଇ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ପୁଲିସ ସ୍ଥାନୀୟ ମେଡିକାଲରେ ଭର୍ତି କରାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ମହିଳା ଜଣଙ୍କୁ ଭଦ୍ରକ ମେଡିକାଲୁ ସ୍ଥାନାନ୍ତର କରାଯାଇଛି ।