କନକ ବ୍ୟୁରୋ : ୨୪ ବର୍ଷିୟା ଶାଲୀନ ଚୌହାନଙ୍କ ସାହସିକତା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଦେଖିବାକୁ ଖୁବ ସାଧାସିଧା ଓ ହସ ହସ ଚେହେରାର ଝିଅଙ୍କ ସାହସିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ୨୪ବର୍ଷୀୟ ଶାଲୀନି ଏକ କଲେଜର ବେଶ କିଛି ଦିନ ହେବ ଚାଲିଥିବା ରାଗିଂ ସମସ୍ୟାକୁ ବେଶ ରୋଚକ ଢଙ୍ଗରେ ସମାଧନ କରି ଏବେ ଯୁବପୀଢୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ମଧ୍ୟପ୍ରଦେଶ ରାଜଧାନୀ ଇନ୍ଦୋରର ସରକାରୀ ମେଡିକାଲ କଲେଜ ମହାତ୍ମା ଗାନ୍ଧୀ ମେମୋରିଆଲ ବେଶ କିଛି ଦିନ ହେବ ରାଗିଂ ହେଉଥିବା ଅଭିଯୋଗ ଆସୁଥିଲା । ଏଠାରେ ସିନିୟର ମେଡିକାଲ ଛାତ୍ରଙ୍କ ରାଗିଂରେ ଅତିଷ୍ଟ ହୋଇ ପଡିଥିଲେ ଜୁନିୟର । ବାରମ୍ବାର ହେଲପଲାଇନରେ ଅଭିଯୋଗ ମଧ୍ୟ ଆସୁଥିଲା । କଲେଜ ନିକଟରେ ଥିବା ସଂଯୋଗିତା ପୁଲିସ ଥାନାରେ ମଧ୍ୟ ଅଭିଯୋଗ ଦାୟର ହୋଇଥିଲା । ଏହା ପରେ ଅପରାଧୀଙ୍କୁ ଧରିବା ପାଇଁ କନେଷ୍ଟବଳ ଶାଲୀନୀଙ୍କ ନେତୃତ୍ୱରେ ଏକ ଟିମ ଗଠନ ହେଲା ।
ଯୋଜନା ମୁତାବକ ଶାଲୀନୀ ଜଣେ ମେଡିକାଲ ଛାତ୍ରୀଭାବେ କଲେଜରେ ଏଟ୍ରିଂ ନେଲେ । ଅନ୍ୟ କିଛି ମହିଳା ପୁଲିସ ଅଧିକାରୀଙ୍କୁ କଲେଜର ଅଧିନରେ ଥିବା ଡାକ୍ତରଖାନାର ନର୍ସ ଓ ଅନ୍ୟ କିଛିଙ୍କୁ କ୍ୟାଟିଂନର କର୍ମଚାରୀଭାବେ ନିୟୋଜିତ କରାଗଲା । କିଛି ଦିନର କସରତ ପରେ ଏହି ମହିଳା ପୁଲିସ ଟିମ ଯେଉଁ ଯୋଜନା କରିଥିଲେ ସେଥିରେ ସଫଳତା ପାଇଲେ । ମୋଟ ୧୧ଜଣ ଛାତ୍ରଙ୍କୁ ଚିହ୍ନଟ କରାଗଲା । ଯେଉଁମାନେ ଜୁନିୟରମାନଙ୍କୁ ରାଗିଂ କରି ଅତିଷ୍ଟ କରୁଥିଲେ । ଏହା ପରେ ଅଭିଯୁକ୍ତ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରାଯିବ ସହ ସେମାନଙ୍କ ବିରୋଧରେ ସିଆରପିସି ଧାରା ଅନୁସାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
ଗୋଟେପଟେ ରାଗିଂକୁ ନେଇ ବାରମ୍ବାର ସଚେତନ ସତ୍ୱେ ସମାଧାନ ବାହାରିପାରୁନି । ଏଭଳି ସ୍ଥିତିରେ ଶାଳୀନୀ ଚୌହାନ ମେଡିକାଲ କଲେଜରୁ ରାଗିଂ ଉପ୍ରଦବୀଙ୍କ ଚିହ୍ନଟ କରିବା ଓ ସେମାନଙ୍କୁ ଉଚିତ ଶିକ୍ଷା ଦେବା କ୍ଷେତ୍ରରେ ଯେଉଁ ଭୂମିକା ତୁଳାଇଛନ୍ତି ତାକୁ ନେଇ ସବୁଠି ଚର୍ଚ୍ଚା ।