କନକ ବ୍ୟୁରୋ: ବିହାର କଟିହାରରୁ ଆସିଛି ଏକ ଦୁଃଖଦ ଘଟଣା । କଟିହାର ରେଲୱେ ଆଉଟର ସିଗ୍ନାଲ ନିକଟରେ କିଛି ଦୁର୍ବୃତ୍ତ ଜଣେ ମହିଳା କନେଷ୍ଟବଳଙ୍କୁ ଚଳନ୍ତା ଟ୍ରେନରୁ ବାହାରକୁ ଫିଙ୍ଗିଦେବାରୁ ମହିଳା କନେଷ୍ଟବଳଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସବସ୍ତିପୁର କଟିହାର ପାସେଞ୍ଚର ଟ୍ରେନରେ ଏପରି ଘଟଣା ଘଟିଛି । ମହିଳା କନଷ୍ଟେବଳ କୁମାରୀ ଆରତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି ।

Advertisment

ଟ୍ରେନରେ ଯାଉଥିବାବେଳେ କିଛି ଦୁର୍ବୃତ୍ତ ଟ୍ରେନରେ ଚଢିଥିଲେ । ହେଲେ ଏହାପରେ ସେମାନେ ଯାତ୍ରୀଙ୍କ ଠାରୁ ଚୋରି କରିଥିଲେ । ଯାତ୍ରୀଙ୍କ ଠାରୁ ମୋବାଇଲ ଚୋରୀ କରିନେଇ ପଳାଉଥିବାବେଳେ ମହିଳା କନଷ୍ଟେବଳ ଜଣକ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ଆରତୀ ଜଣେ ଥିବାବେଳେ ତାଙ୍କୁ ଅନ୍ୟ କେହି ସହାୟତା କରିନଥିଲେ । ଏହାର ସୁଯୋଗ ନେଇ ତାଙ୍କୁ ଏକାଧିକ ଦୁର୍ବୃ୍ତ୍ତ ଧରି ଚଳନ୍ତା ଟ୍ରେନରୁ ତଳକୁ ଫୋପାଡି ଦେଇଥିଲେ । ଦୁର୍ବୃତ୍ତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲେ ବି ରେଲୱେ ପୋଲିସ କାହାରିକୁ ଧରିବାରେ ସଫଳ ହୋଇନଥିବା ଜଣାପଡିଛି ।