୮ମାସର ଶିଶୁକୁ ଖୁମ୍ପି ଖୁମ୍ପି ରକ୍ତାକ୍ତ କରିଦେଲା କୁକୁଡା : କୁକୁଡା ଉପରେ ମାରପିଟ୍ ଅଭିଯୋଗ ନେଇ ଥାନାରେ ପହଂଚିଲେ ଶିଶୁର ମାଆ

100

ଆପଣ ସାଧାରଣତଃ ଲୋକଙ୍କ ଅଭିଯୋଗ ଥାନାକୁ ଆସୁଥିବା ଶୁଣିଥିବେ । କିନ୍ତୁ କୌଣସି ପଶୁପକ୍ଷୀଙ୍କ ଅଭିଯୋଗ ନେଇ ଥାନାକୁ ଆସିଥିବା କେବେ ଦେଖିଛନ୍ତି । ଏମିତି ଏକ ଘଟଣା ମଧ୍ୟ ପ୍ରଦେଶର ଶିବପୁରୀ ପୁଲିସ ଷ୍ଟେସନରେ ଦେଖିବାକୁ ମିଳିଛି, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି ।

ସୂଚନାଯୋଗ୍ୟ, ଜଣେ ମହିଳା କୁକୁଡାର ଅଭିଯୋଗ ନେଇ ଥାନାରେ ପହଂଚିଥିବା ଦେଖିବାକୁ ମିଳିଛି । ମହିଳାଙ୍କ ନାମ ପୁନମ କୁଶୱାହ, ଯିଏକି ଏକ କୁକୁଡା ବିରୁଦ୍ଧରେ ମାରପିଟ୍ ଅଭିଯୋଗ ନେଇ ଥାନାରେ ପହଂଚିଛନ୍ତି । ମହିଳା ଅଭିଯୋଗ ଆଣିଛନ୍ତି କି, ତାଙ୍କ ପଡେଶୀ ଘରର କୁକୁଡା ତାଙ୍କର ୮ମାସର ଶିଶୁକୁ ଖୁମ୍ପି ଖୁମ୍ପି ଆହତ କରିଦେଇଛି । କୁକୁଡାଟି ୮ମାସର ଶିଶୁକୁ ଏତେ ଥର ପ୍ରହାର କରିଛି ଯେ, ଶିଶୁ ସଂପୂର୍ଣ୍ଣ ରୂପେ ରକ୍ତାକ୍ତ ହୋଇଯାଇଛି । ଶିଶୁର ଅବସ୍ଥା ଏତେ ଖରାପ ହୋଇଗଲା ଯେ, ତାକୁ ହସପିଟାଲକୁ ନେଇକି ଯିବାକୁ ପଡିଲା । ମହିଳାଙ୍କ ଅଭିଯୋଗ ଅଛି ଯେ, କୁକୁଡାଟି ପୂର୍ବରୁ ମଧ୍ୟ ଶିଶୁକୁ ଖୁମ୍ପି ଥିଲା । କିନ୍ତୁ ଏଥର ସେ ଶିଶୁଟିକୁ ରକ୍ତାକ୍ତ କରିଦେଇଛି ।

ଅଭିଯୋଗ କ୍ରମେ ଥାନା ଅଧିକାରୀ କୁକୁଡା ଓ ତାର ମାଲିକକୁ ଥାନା ଡକାଇଲେ ଓ କୁକୁଡା ଖୁମ୍ପି ଥିବା କଥା ମାଲିକ ସ୍ୱୀକାର କଲେ । ମାଲିକ କହିଲେ କି, “କୁକୁଡାକୁ ପଞ୍ଜୁରୀ ଭିତରେ ରଖିବୁ , ଏମିତି ଘଟଣା ଆଉ ଘଟିବନି ।”