ମହଙ୍ଗା ପଡିଲା ପରକୀୟା ପ୍ରୀତି ! ଅତିଷ୍ଠ ହୋଇ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଲେ ସ୍ତ୍ରୀ

51

କନକ ବ୍ୟୁରୋ : ମହଙ୍ଗା ପଡିଲା ପରକୀୟା ପ୍ରୀତି । ଅବୈଧ ସଂପର୍କରେ ଅତିଷ୍ଠ ହୋଇ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଛନ୍ତି ଜଣେ ମହିଳା । ଘଟଣାଟି ଘଟିଛି ଗାଜିଆବାଦରେ । ଅଭିଯୋଗ ଅନୁଯାୟୀ, ଉକ୍ତ ମହିଳାଙ୍କ ସ୍ୱାମୀ ଦିଲ୍ଲୀସ୍ଥିତ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା ।

ଏପରିକି ମହିଳା ଜଣକ କହିଛନ୍ତି ତାଙ୍କ ସ୍ୱାମୀ ଘରର କୌଣସି କାର୍ଯ୍ୟରେ ମଧ୍ୟ ସହଯୋଗ କରନ୍ତି ନାହିଁ । ଏବଂ ସମସ୍ତ ସମୟ ସେହି ଯୁବତୀଙ୍କ ସହ କଟାନ୍ତି । ଯାହାର ପରିଣାମ ସ୍ୱରୂପ ମହିଳା ଜଣକ ଏପରି ଭୟଙ୍କର ପଦକ୍ଷେପ ନେଇଛନ୍ତି । ତେବେ ଏନେଇ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ଡେପୁଟି ସୁପରିଟେଣ୍ଡଂଟ୍ ଅଫ୍ ପୁଲିସ୍ ଅନୀଲ୍ ଯାଦବ ।

ଏହା ସହ ଦେଖନ୍ତୁ କଳିଯୁଗ ମା’ର କଳା କାରନାମା ! ନିଜ ୪ବର୍ଷର ପୁଅକୁ ଦୁଷ୍କର୍ମ କରି ହେଲେ ଗିରଫ