କନକ ବ୍ୟୁରୋ : ହନିଟ୍ରାପ ଓ ବ୍ଲାକମେଲିଂକୁ ନେଇ ସାରା ଓଡ଼ିଶାରେ ହଲଚଲ ସୃଷ୍ଟି ହୋଇଛି । ଅର୍ଚ୍ଚନା ନାଗ୍ ଗିରଫ ହେବା ପରେ ବଡ଼ବଡ଼ିଆଙ୍କୁ ବ୍ଲାକମେଲର ତଦନ୍ତ କରୁଛି ପୋଲିସ । ତଦନ୍ତ ବେଳେ ଜଣାପଡ଼ିଛି ଯେ, ଯୁବତୀଙ୍କୁ ଦେହ ବେପାରରେ ସାମିଲ କରି ଯୁବତୀଙ୍କୁ ବ୍ଲାକମେଲ୍ କରୁଥିଲେ ଅର୍ଚ୍ଚନା । ଚଢଉ ବେଳେ ୪ଟି ଫୋନ୍, ୨ଟି ଟାବଲେଟ୍, ଲାପଟପ୍, ଗୋଟିଏ ପେନଡ୍ରାଇଭ୍, ପାସବୁକ୍ ଓ କିଛି ଜରୁରୀ କାଗଜପତ୍ର କରାଯାଇଛି ।
ସେସବୁ ସାମଗ୍ରୀର ଯାଞ୍ଚ ପାଇଁ ରସୁଲଗଡ଼ ସ୍ଥିତ ଏସଏଫଏସଏଲକୁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ଅନେକ ତଥ୍ୟ ଓ ପ୍ରମାଣ ମିଳିପାରିବ । ସେହିପରି ଅର୍ଚ୍ଚନାଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ, ଫିକ୍ସ ଡିପୋଜିଟ୍ ଅଚଳ କରିବା ପାଇଁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖାଯାଇଛି । ଗତ ୫ ବର୍ଷ ମଧ୍ୟରେ ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ତଥ୍ୟ ମାଗିଛି ପୋଲିସ । ଅଧିକ ତଥ୍ୟ ପାଇଁ ଅର୍ଚ୍ଚନାଙ୍କୁ ପୋଲିସ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ।
ସେପଟେ ଅର୍ଚ୍ଚନାଙ୍କ କେସିଙ୍ଗା ଲିଙ୍କ ମଧ୍ୟ ସାମ୍ନାକୁ ଆସୁଛି । ସରକାରୀ ଜାଗାରେ ତିନି ମହଲା ବିଳାସପୂର୍ଣ୍ଣ କୋଠା ନିର୍ମାଣ କରିଛନ୍ତି । ଆମ୍ବେଦକର ଛକରେ ରହିଛି ଏହି ବିଳାସପୂର୍ଣ୍ଣ କୋଠା । ବଡ଼ କଥା ହେଉଛି କୋଠା ନିର୍ମାଣ ସମୟରେ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହା ପରେ ତହସିଲଦାର ନୋଟିସ୍ କରି ଆକ୍ସନ ମୋଡକୁ ଆସିଥିଲେ । ହେଲେ ଏହି ସମୟରେ ତହସିଲଦାରଙ୍କ ପାଖକୁ ଏକ ଫୋନ୍ କଲ ଆସିଥିଲା ।
ଫୋନ୍ ପାଇବା ପରେ ସବୁ କିଛି ଓଲଟି ଯାଇଥିଲା । ତେବେ କିଏ ସେହି ପ୍ରଭାବଶାଳୀ ନେତା, ଯାହାଙ୍କ ଚାପରେ ତହସିଲଦାର ପଟ୍ଟା ମିଳିବ ବୋଲି କହିଥିଲେ । ଏହା ବହୁ ପୁରୁଣା କଥା ହେଲେ ମଧ୍ୟ ଘଟଣା ଏବେ ସାମ୍ନାକୁ ଆସିଛି । ଅର୍ଚ୍ଚନାଙ୍କ ମାଆ ସରକାର ସରକାରୀ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ବାପା ବିଶେଷ କିଛି କରନ୍ତି ନାହିଁ । ହେଲେ ସରକାରୀ ଜାଗାରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଘର ତିଆରି କରିବା ସମସ୍ତଙ୍କୁ ଚକିତ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/vlcsnap-2022-10-10-13h01m50s243.png)