ସାପ ଗୋଟେ ପେରି ଜୀବ ଯାହାକୁ ଦଖିଲେ ସମସ୍ତଙ୍କ ମନରେ ଛନକା ପସିଯାଏ । କାରଣ ସମସ୍ତେ ଜାଣନ୍ତି ସାପ କାମୁଡିଲେ ଯଦି ଠିକ ସମୟରେ ଚିକିତ୍ସା ନହୁଏ ତେବେ ମୃତ୍ୟୁ ନିଶ୍ଚିନ୍ତ ହୋଇଥାଏ । ଅନେକ ସମୟରେ ଏପରି ମଧ୍ୟ ଦେଖାଦେଇଛି କି, ସାପ କାମୁଡିବା ପରେ ଠିକ ସମୟରେ ଚିକିତ୍ସା ହୋଇଥାଏ କିନ୍ତୁ ତଥାବି ବ୍ୟକ୍ତର ସାପ କାମୁଡିଥିବା ଅଙ୍ଗଟିକୁ କାଟିବାକୁ ପଡିଥାଏ । ଏହି କାରଣ ପାଇଁ ସାପକୁ ସମସ୍ତେ ଭୟ କରନ୍ତି । କିନ୍ତୁ ନିକଟରେ ଜଣେ ମହିଳାଙ୍କ ହାତକୁ ସାପ ଚୋଟ ମାରିଥିଲା । ତେବେ ମହିଳା ଜଣକ ଭୟ ନକରି ଉକ୍ତ ସାପକୁ ହାତରେ ଗୁଡ଼ାଇ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ । ଚୀନ ସୋସିଆଲ ମିଡିଆରେ ଏହି ମହିଳାଙ୍କ ଫଟୋ ଭଇରାଲ ହୋଇଛି ।
ଯାହାଙ୍କ ହାତରେ ସାପ ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଛି। ମହିଳା ହସ୍ପିଟାଲରେ ଗୋଟିଏ ହାତରେ ଫର୍ମ ଭରିବା ସହିତ ଆର ହାତରେ ସାପକୁ ଗୁଡାଇ ଧରିଛନ୍ତି । ଏଭଳି ଏକ ଘଟଣା ଜିଝିୟାନଗ ପ୍ରାନ୍ତ କାଉଣ୍ଟିରେ ଘଟିଛି । ମହିଳାଙ୍କୁ ଏଠାରେ ଏକ ସାପ ଚୋଟ ମାରିଥିଲା । ଏହାପରେ ମହିଳା ଯାହା କରିଥିଲେ ତାହା ସତରେ ଏକ ଆଶ୍ଚର୍ୟ୍ୟଜନକ ଘଟଣା । ମହିଳାଙ୍କ ହାତରେ ଚୋଟ ମାରୁଥିବା ସମୟରେ ୧.୫ମିଟର ସାପକୁ ଜୀବନ୍ତ ଅବସ୍ଥାରେ ଧରି ସିଧାସଳଖ ହସ୍ପିଟାଲରେ ଚକିତ୍ସା ପାଇଁ ପହଞ୍ଚିଥିଲେ । ମହିଳାଙ୍କୁ ହସ୍ପିଟାଲରେ ଏଭଳି ଅବସ୍ଥାରେ ଦେଖି ଡାକ୍ତର ବି ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ସଙ୍ଗେସଙ୍ଗେ ଡାକ୍ତର ମହିଳାଙ୍କ ଚିକିତ୍ସା ଆରମ୍ଭ କରି ଦେଇଥିଲେ । ସୋସିଆଲ ମିଡିଆରେ ମହିଳାଙ୍କ ସାହସକୁ ଲୋକମାନେ ପ୍ରଶଂସା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/snake-on-wrist.jpg)