ବଡ଼ ବିଚିତ୍ର ଏ ଦୁନିଆ । ଏଠି କ୍ଷଣିକ ମଧ୍ୟରେ ଯାହା ଅସମ୍ଭବ ପରି ଲାଗୁଥିବ ତାହା ଆର ଘଡିକେ ସତ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଭଳି ଏକ ଘଟଣା ଘଟିଛି କୋଲମ୍ବିଆରେ । ଏଠାକାର ଜଣେ ମହିଳା ଗର୍ଭବତୀ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଜନ୍ମର ଠିକ ଗୋଟିଏ ଦିନ ପରେ ଶିଶୁକନ୍ୟାର ଏମରଜେନ୍ସି ସେକ୍ସନ କରାଯାଇଥିଲା । ମେଡିକାଲ କେସରେ ଏହା ବିରଳ । ଏହି ଘଟଣା କୋଲମ୍ବିଆ ବରାନକିଲାରେ ରହୁଥିବା ମହିଳା ମୋନିକ ବେଗାଙ୍କ ଠାରେ ଘଟିଛି । ଡେଲିବରୀ ପରେ ସେ ତାଙ୍କ ଝିଅର ନାମ ଇତଜାମରା ରଖିଛନ୍ତି । ଛୁଆଟିର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ମୋନିକାଙ୍କ ଡେଲିଭରୀ ପୂର୍ବରୁ ଡାକ୍ତରଙ୍କୁ ଅଲଟ୍ରାସାଉଣ୍ଡ ଦ୍ୱାରା ଏହିଭଳି ବିରଳ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସୂଚନା ମିଳିଥିଲା ।
ଅଲଟ୍ରାସାଉଣ୍ଡରେ ଜଣାପଡିଥିଲା, ମହିଳାଙ୍କର ଦୁଇଟି ଅମ୍ବିକାଲ କୋର୍ଡ ରହିଛି । ଡାକ୍ତରଙ୍କ କହିବାନୁସାରେ, ଦୁଇଟି ଅମ୍ବିକାଲ କୋର୍ଡରେ ଯୋଡା ସନ୍ତାନ ନାହିଁ । ବରଂ ଛୁଆର ଏକ ଅବିକସିତ ଭ୍ରୁଣକୁ ନିଜ ଗର୍ଭରେ ଅବଶୋଷିତ କରିଛି । ଏହା ମେଡିକାଲ କେସରେ ବିରଳ । ଯାହାକୁ ପରଜୀବୀ ଯମଜ କୁହାଯାଏ । ପରଜୀବୀ ଯମଜ ସନ୍ତାନ ସମ୍ପୂର୍ଣ୍ଣ ବିକଶିତ ହୋଇନଥାନ୍ତି । ମହିଳାମାନେ ଏଭଳି ସ୍ଥିତିର ସମ୍ମୁଖୀନ ସେତେବେଳେ ହୋଇଥାନ୍ତି , ଯେବେ ଏକ ଯମଜ ସନ୍ତାନର ବିକାଶ ଗର୍ଭବସ୍ଥା ସମୟରେ ହୋଇଥାଏ । କିନ୍ତୁ ତାହା ସମ୍ପୂର୍ଣ୍ଣ ବିକଶିତ ହେଉଥିବା ସନ୍ତାନ ସହିତ ଯୋଡି ହୋଇ ରହିଥାନ୍ତି । ଏଭଳି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କଲା ପରେ ଡାକ୍ତର ମୋନିକାଙ୍କୁ ଯଥାଶୀଘ୍ର ପ୍ରସବ ପାଇଁ କହିଥିଲେ ।
ଡାକ୍ତରଙ୍କୁ ଡର ଥିଲା କି, ପରଜୀବୀ ଯମଜ ସଂଖ୍ୟା ବୃଦ୍ଧି ହୋଇପାରେ ଏବଂ ସନ୍ତାନଙ୍କ ଅଙ୍ଗଗୁଡିକୁ କ୍ଷତି ପହଁଚାଇପାରେ । ଇତଜାମରାଙ୍କ ଜନ୍ମର ୨୪ଘଣ୍ଟା ପରେ ଡାକ୍ତର ସେକ୍ସନ ସର୍ଜରୀ କରିଥିଲେ ଯେଉଁଥିରେ ଶିଶୁ ପେଟରେ ପରଜୀବୀ ଯମଜ ରହିଥିବାର ଜଣାପଡିଥିଲା । ପରଜୀବୀ ଯମଜଙ୍କ ହୃଦୟ କିମ୍ବା ମସ୍ତିଷ୍କ ବିକଶିତ ହୋଇ ନଥିଲା । ଡାକ୍ତରଙ୍କ କହିବାନୁସାରେ, ବର୍ତ୍ତମାନ ଶିଶୁକୁ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ନାହିଁ । ବ୍ରିଟେନ ନ୍ୟାଶନାଲ ଇଷ୍ଟିଚ୍ୟୁଟ ଅଫ ହେଲଥ୍ ମୁତାବକ, ପରଜୀବୀ ଯମଜ ଘଟଣାରେ ୫ ଲକ୍ଷ ଯମଜ ସନ୍ତାନ ପ୍ରସବରେ ଥରେ ଅଧେ ସାମ୍ନାକୁ ଆସେ । ଅନେକ ଥର ଅଲଟ୍ରାସାଉଣ୍ଡ ସମୟରେ ପରଜୀବୀ ଯମଜଙ୍କ ସୂଚନା ମିଳିଥାଏ ।