ମୃତ୍ୟୁର ୧୦ ଦିନ ପରେ ମହିଳାଙ୍କ ଗର୍ଭରୁ ଜନ୍ମନେଲା ନବଜାତ ଶିଶୁ ! ଆସିଲା ସାଂଘାତିକ ତଥ୍ୟ, ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ ।

Advertisment
ମୃତ୍ୟୁର ୧୦ ଦିନ ପରେ ମହିଳାଙ୍କ ଗର୍ଭରୁ ଜନ୍ମନେଲା ନବଜାତ ଶିଶୁ ! ଆସିଲା ସାଂଘାତିକ ତଥ୍ୟ, ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ ।

Image courtesy - theweek.com

ସମାଜରେ ପ୍ରତିଦିନ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯହା ସହଜରେ ବିଶ୍ୱାସ କରି ହୋଇନଥାଏ । କେବଳ ସାଧାରଣ ମନୁଷ୍ୟ ନୁହେଁ ବୈଜ୍ଞାନିକ ମାନେ ମଧ୍ୟ ବଝିପାରିନଥାନ୍ତି । ସେହିଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର ମାଥିଆସି ଗ୍ରାମରେ । ମୃର କିଛି ଜିନ ବିତିଯାଇଥିଲେ ମଧ୍ୟ ଜଣେ ମହିଳା ଏକ ସନ୍ତାକୁ ଜନ୍ମ ଦେଇଛନ୍ତି । ତେବେ ଏହି ଘଣାଟି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକ୍କିତ କରିଦେଇଛି ।

ଦକ୍ଷିଣ ଆଫ୍ରିକାରେ ଥିବା ମଥିଆସି ଗାଁରେ ଜଣେ ମହିଳା ମୃତ୍ୟୁ ପରେ ମଧ୍ୟ ସନ୍ତାନ ଜନ୍ମ ଦେଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ମହିଳାଜଣକ ମୃତ୍ୟୁବରଣ କରିବା ପରେ ତାଙ୍କ ମର ଶରୀରରକୁ ୧୦ଦିନ ପର୍ୟ୍ୟନ୍ତ ଡ଼ାକ୍ତରଖାନାରେ ରଖା ଯାଇଥିଲା । ୧୦ଦିନ ପରେ ମହିଳାଙ୍କ ମର ଶରୀରକୁ କଫିନ୍ ଭିତରେ ରଖାଯାଇ ପରିବାର ଲୋକଙ୍କୁ ଦିଆଯାଇଥିଲା । କଫିନ୍ ଘରକୁ ନେଇ ପରିବାର ଲୋକେ ଖୋଲିବା ପରେ ଭିତରେ ଏକ ନବଜାତ ଶିଶୁଥିବା ଦେଖିଥିଲେ । କିନ୍ତୁ ସେତେବେଳକୁ କଫିନ୍ ଭିତରେ ଥିବା ଶିଶୁଟି ଅଧିକ ସମୟ ରହି ମୃତ୍ୟୁବରଣ କରି ସାରିଥିଲା । ଦୁଇ ଜଣଙ୍କୁ ଏକା ସାଙ୍ଗରେ ପୋତା ଯିବା ପରେ ଏହି ଖବର ଚାରିଆଡ଼େ ବ୍ୟାପି ଯାଇଥିଲା ।

ଘଟଣା ପ୍ରଘଟ ହେବା ପରେ ବୈଜ୍ଞାନିକମାନେ ଏ ବିଷୟରେ ଜାଣି ନିଜର ଗବେଷଣା ଆରମ୍ଭ କରିଥିଲେ। ଶେଷରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା । ମହିଳାଙ୍କ ମୃତ୍ୟୁ ସମୟରେ ସେ ୯ମାସର ଗର୍ଭବତୀ ଥିଲେ । ମୃତ୍ୟୁ ପରେ ତାଙ୍କୁ ୧୦ଦିନ ପର୍ୟ୍ୟନ୍ତ ଡ଼ାକ୍ତରଖାନାରେ ରଖା ଯାଇଥିବା ବେଳେ ଶରୀରର କ୍ରିୟାଗୁଡ଼ିକ ବନ୍ଦ ହୋଇଯିବାରୁ ମହିଳାଙ୍କ ଶରୀରରେ ମଧ୍ୟରେ ଗ୍ୟାସ୍ ଭର୍ତ୍ତି ହୋଇ ଯାଇଥିଲା। ଯାହା ଫଳରେ ପେଟ ଅଧିକ ଫୁଲିବା ସହ ତାଙ୍କ ପେଟରୁ ନବଜାତଟି ବାହାରକୁ ବାହାରି ଆସିଥିଲା । କିନ୍ତୁ ନବଜାତଟି ମୃତ କି ଜୀବିତ ଅବସ୍ଥାରେ ବାହାରକୁ ଆସିଥିଲା, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe