କନକ ବ୍ୟୁରୋ: ରାଜଧାନୀରେ ଭୋଟ ଦେବାକୁ ଆସି ହଟହଟା ହେଲେ ମହିଳା ଭୋଟର । ଝାରପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ଶୁଭାସିନୀ ଦାସଙ୍କୁ ଭୋଟ ଦେବାକୁ ମନା କଲେ ପୋଲିଂ ଅଧିକାରୀ । ପୂର୍ବରୁ ସେ ପୋଷ୍ଟାଲ ବାଲାଟରେ ଭୋଟ ଦେଇଥିବା କହିଛନ୍ତି ପୋଲିଂ ଅଧିକାରୀ । ତେବେ ଏହାକୁ ଖଣ୍ଡନ କରିଛନ୍ତି ଶୁଭାସିନୀ । ହୋମ ଭୋଟିଂ ଜରିଆରେ ଶୁଭାସିନୀଙ୍କ ଶାଶୂ ପୋଷ୍ଟାଲ ବାଲାଟରେ ମତଦାନ କରିଛନ୍ତି । କିନ୍ତୁ ତାଙ୍କ ନାଁ କିଭଳି ଉଠିଲା ଏବଂ ତାଙ୍କ ବଦଳରେ କିଏ ଭୋଟ ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ଶୁଭାସିନୀ । ଅବ୍ୟବସ୍ଥା କାରଣରୁ ଏଭଳି ଘଟିଥିବା ସେ ଅଭିଯୋଗ କରିଛନ୍ତି ।
ମହିଳା ଭୋଟର ଭୋଟ ଦେଇ ନପାରିବା ଘଟଣାକୁ ନିନ୍ଦା କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ସହରର ବିଭିନ୍ନ ବୁଥରେ ଏଭଳି ସମସ୍ୟା ହୋଇଥିବା ସେ ଅଭିଯୋଗ ଆଣିଛନ୍ତି । ଭୋଟ ଦେବାରୁ ବଞ୍ଚିତ ଥିବା ମତଦାତା ମାନଙ୍କୁ ମତ ସାବ୍ୟସ୍ତ ପାଇଁ ଆଉ ଏକ ସୁଯୋଗ ଦେବାକୁ ସେ ଦାବି କରିଛନ୍ତି । ଏନେଇ ଇସିଆଇ ଓ ସିଇଓ ତଦନ୍ତ କରିବାକୁ ଦାବି କରିଛନ୍ତି ଜଗନ୍ନାଥ ପ୍ରଧାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/77.jpg)