କନକ ବ୍ୟୁରୋ : ସାଧାରଣତଃ ଚାକିରି ଚାଲିଯିବା ପରେ ଲୋକେ ଚିନ୍ତାରେ ପଡି ଯାଆନ୍ତି । କେମିତି ରୋଜଗାର ହେବ, କେମିତି ଘର ଚଳିବ ଆଦି କଥା ଭାବି ଭାବି ବିଚଳିତ ହୋଇପଡନ୍ତି । କନ୍ତୁ ଜଣେ ମହିଳା ତାଙ୍କର ନିତିଦିନିଆ ବାୟାମ ସ୍କିପିଂ ଖେଳରୁ ଲକ୍ଷାଧିକ ଟଙ୍କା ରୋଜାଗର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।
ସେଣ୍ଟ ଅଲବାନ୍ସ ବାସିନ୍ଦା ୩୦ ବର୍ଷିୟା ଲରେନ୍ସ ଫ୍ଲାଇମ୍ୟାନ୍ ନିଜର ଅଭ୍ୟାସ ବା ପସନ୍ଦର କାମକୁ ଆୟର ମାର୍ଗ ଭାବେ ବାଛିନେଇଛନ୍ତି । ନିଜକୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ ସେ ସ୍କିପିଂ ଖେଳୁଛନ୍ତି । ଆଉ ଏଥିରୁ ସେ ବେଶ ଭଲ ଆୟ ମଧ୍ୟ କରୁଛନ୍ତି । କରୋନା ମହାମାରୀ କାରଣରୁ ଯେତେବେଳେ ଲକଡାଉନ୍ ସଟଡାଉନ୍ ହେଲା ସେତେବେଳେ ଲରେନ୍ସଙ୍କୁ ଚାକିରିରୁ ବାହାର କରିଦିଆଗଲା । ଏହାପରେ ସେ ନିଜର ସମ୍ପୂର୍ଣ୍ଣ ଧ୍ୟାନ ସ୍କିପିଂ ଖେଳିବାରେ ପାରଙ୍ଗମ ହେବା ଉପରେ ଧ୍ୟାନ ଦେଲେ । ଏବେ ସେ ନିଜର ସଉକକୁ ଲାଭଜନକ କ୍ୟାରିଅରରେ ରୂପାନ୍ତରିତ କରିଛନ୍ତି ।
ଲକଡାଉନ୍ ପୂର୍ବରୁ ଲରେନ୍ସ ଏକ କମ୍ପାନୀପେ ସେଲସ୍ ମ୍ୟାନେଜର୍ ଭାବେ କାମ କରୁଥିଲେ । ନିଜର ଆବଶ୍ୟକତାକୁ ପୂରା କରିବା ପାଇଁ ମାସ ଶେଷ ଦରମାକୁ ଅପେକ୍ଷା କରିବାକୁ ପଡୁଥିଲା । କିନ୍ତୁ ଲକଡାଉନ୍ ପାଇଁ ଚାକିରି ଚାଲିଯିବା ପରେ ସେ ସ୍କିିପିଂ ଖେଳକୁ ତାଙ୍କ ଇଂଷ୍ଟାଗ୍ରାମ୍ ଆକାଉଣ୍ଟ ରେ ନିୟମିତ ପୋଷ୍ଟ କରିଥିଲେ । ଏହା ଜରିଆରେ ଅନେକ ବ୍ରାଣ୍ଡ ସହ ସେ ଯୋଡିହେଲେ ଏବଂ ତାଙ୍କ ଆବଶ୍ୟକ ବ୍ୟାୟାମ ସାରଞ୍ଜାମ ବିକ୍ରି କରୁଥିବା ବ୍ରାଣ୍ଡ ମଧ୍ୟ ତାଙ୍କ ସହ ହାତ ମିଳାଇଲେ । ଫଳରେ ଲରେନ୍ ଆଉ ପୂରୁଣା ଚାକିରିକୁ ଫେରିଲେ ନାହିଁ । ଏନେଇ ଲରେନ୍ କହିଛନ୍ତି ବିଭିନ୍ନ ଉପାୟରେ ମୋ ଜୀବନରେ ବହୁ ପରିବର୍ତ୍ତନ ହୋଇଛି । ପୂର୍ବ ଚାକିରିରେ ମୋର ନିର୍ଦ୍ଧିଷ୍ଟ ଦରମା ଥିଲା । ତେଣୁ ଖୁବ୍ ସାବଦାନତାର ସହ ମୋତେ ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନିଜ ପ୍ରୟାସରେ ବ୍ୟାପକ ନିବେଶ ଲାଗି ମୋ ପାଖରେ ନଗଦ ଅର୍ଥ ଅଛି । ଯାହା ପୂର୍ବରୁ କେବେ କରିବାର ସୁଯୋଗ ପାଇନଥିଲି । ଇନଷ୍ଟାଗ୍ରାମରେ ଲରେନ୍ସଙ୍କର ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ସପ୍ତାହରେ ସେ କେବଳ ୬ଘଣ୍ଟା ସ୍କିପିଂରେ ବିତାନ୍ତି । ବାକି ସମୟ ସେ ନିଜର ବ୍ରାଣ୍ଡ ଓ କୋରିଓଗ୍ରାଫି ଉପରେ ଫୋକସ୍ କରନ୍ତି । ସୋସିଆଲ ମିଡିଆରେ ଦଉଡି ଡିଆଁ ଜରିଆରେ ଆର୍ଥିକ ସ୍ୱାଧୀନତା ପାଇଛନ୍ତି ବୋଲି ଲରେନ୍ସ କହିଛନ୍ତି । ଏବେ ସେ ପୂର୍ବ ଅପେକ୍ଷା ଅଧିକ ସ୍ୱାଧୀନ ଜୀବନ ନିର୍ବାହ କରୁଛନ୍ତି ।

Advertisment