ରାଜଧାନୀରେ ବିଚ୍ ରାସ୍ତାରେ ମହିଳାଙ୍କୁ ବିଧା,ଗୋଇଠା । ଜମିଜମା ବିବାଦକୁ କେନ୍ଦ୍ର କରି ଆକ୍ରମଣ କଲେ କିଛି ଯୁବକ, ସିସିଟିଭିରେ କଏଦ ହେଲା ଭିଡିଓ ।

1,055

କନକ ବ୍ୟୁରୋ : ରାଜଧାନୀର ବିଚରାସ୍ତାରେ ମହିଳାଙ୍କୁ ବିଧା, ଗୋଇଠା । ଏଭଳି ଘଟଣା ଘଟିଛି ଲିଙ୍ଗରାଜ ଥାନାର ବିନ୍ଦୁସାଗର ଅଂଚଳରେ । ଜମି ବିବାଦକୁ କେନ୍ଦ୍ରକରି ମହିଳାଙ୍କୁ ମଝି ରାସ୍ତାରେ ଆକ୍ରମଣ କରିଛନ୍ତି ଯୁବକ । ଏ ନେଇ ସଂପୃକ୍ତ ମହିଳା ଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି । ଗତକାଲି ଘଟିଥିବା ଏହି ଘଟଣା ସିସିଟିଭିରେ କଏଦ ହୋଇଛି ।

ମହିଳାଙ୍କ କହିବା ଅନୁସାରେ, ତରଙ୍ଗ କ୍ଲବ ସହ ଜମିଜମାକୁ କେନ୍ଦ୍ରକରି ତାଙ୍କ ପରିବାରର ଦୀର୍ଘଦିନ ଧରି ବିବାଦ ଲାଗିରହିଥିଲା । ଏ ନେଇ ଆଗରୁ ଗଣ୍ଡଗୋଳ ବି ହୋଇଥିଲା । ତେବେ ଗତକାଲି ସଂପୃକ୍ତ କ୍ଲବର ଯୁବକ ଆସି ମାରଧର କରିଥିବା ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି । ପ୍ରାୟ ୫୦ରୁ ଅଧିକ ଏଭଳି ଆକ୍ରମଣ କରିଛନ୍ତି । ପୋଲିସ ମଧ୍ୟ ବିଳମ୍ବରେ ଆସିଥିବା ମହିଳାଜଣକ କହିଛନ୍ତି । ସଂପୃକ୍ତ ଯୁବକମାନେ ତାଙ୍କ ସ୍ୱାମୀ ଓ ପରିବାରର ସଦସ୍ୟଙ୍କୁ ବାରମ୍ବାର ଖରାପ ବ୍ୟବହାର କରୁଛନ୍ତି । ତେଣୁ ସଂପୃକ୍ତ ଯୁବକଙ୍କୁ ଶୀଘ୍ର ଗିରଫ ସହ ଓ ସୁରକ୍ଷା ଦାବି କରି ମହିଳାଜଣଙ୍କ ଲିଙ୍ଗରାଜ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।