ଯୁବତୀଙ୍କୁ ମାଡ ମାରି ଲହୁଲୁହାଣ କଲା ଯୁବକ ! ସୋସିଆଲ ମିଡିଆରେ ହେଲା ଭାଇରାଲ

88

ବଜାର ଉପରେ, ଜନସାଧାରଣଙ୍କ ଉପସ୍ଥିତିରେ ଜଣେ ଯୁବତୀଙ୍କୁ ମାଡ ମାରି ଲହୁଲୁହାଣ କଲା ଜଣେ ଯୁବକ । ସମସ୍ତେ ପାଲଟିଥାନ୍ତି ନିରବଦ୍ରଷ୍ଟା । ଗୋଟିଏ ଠେଙ୍ଗାରେ ଯୁବତୀଙ୍କୁ ପିଟୁଥାଏ ଯୁବକ ଜଣକ ।

ମୁହଁ ଓ ମୁଣ୍ଡରୁ ରକ୍ତ ବୋହି ଚାଲିଥାଏ, ଅସହାୟ ହୋଇ ସହାୟତା ପାଇଁ ଚାହିଁ ରହିଥାନ୍ତି ଯୁବତୀ । ଏଭଳି ଅଭାବନୀୟ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଘଟଣାଟି ଘଟିଛି ଉତରପ୍ରଦେଶ ମେନପୁରିରେ । ଯୁବତୀ ଜଣକ ବାଟରେ ଯାଉଥିବା ବେଳେ ପ୍ରଥମେ ଜଣେ ଯୁବକ ତାଙ୍କ ପ୍ରତି ଅଶ୍ଳୀଳ ଇଂଗିତ ପ୍ରଦର୍ଶନ କରିଥିଲା । ଏହାର ପ୍ରତିବାଦ କରିଥିଲେ ପୀଡିତା ।

ତେବେ ଏହି ସମୟରେ ଅଶ୍ଳୀଳ ଇଂଗିତ ଦେଖାଇଥିବା ଯୁବକର ସାଂଗ ଗୋଟିଏ ଠେଙ୍ଗା ଧରି ନିସ୍ତୁକ ପିଟିଥିଲା ଯୁବତୀଙ୍କୁ । ଠେଙ୍ଗା ମାଡରେ ସେ ଗୁରୁତର ଆହତ ହୋଇ ପଡିଥିଲେ । ଉପସ୍ଥିତ ଲୋକଙ୍କ ଠାରୁ ସହାୟତା ନପାଇ ରକ୍ତାକ୍ତ ଅବସ୍ଥାରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ପୀଡିତା । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :