ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ମହିଳା

ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ମହିଳା

କନକ ବ୍ୟୁରୋ : ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ମହିଳା । ମହିଳା ଜଣଙ୍କ ପାଣିକୁ ଡେଇଁବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୁଲିସ ଘଟଣାସ୍ଥଳରେ ପହଂଚି ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

ତେବେ କେଉଁ କାରଣରୁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଜଣାପଡିନାହିଁ । ମହିଳା ଜଣକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ତେବେ ମହିଳା ଜଣକ ଜଣେ ଓଲିଉଡ ଅଭିନେତାଙ୍କ ପତ୍ନୀ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe