କନକ ବ୍ୟୁରୋ : ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିବାବେଳେ ଚତୁରତାର ସହ ଉଦ୍ଧାର କଲେ କିଛି ଲୋକ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଆଖୁଆପଦା ନିକଟ ବୈତରଣୀ ନଦୀ ବ୍ରିଜ ଉପରରେ ମହିଳା ଜଣଙ୍କ ନଦୀକୁ ଡେଇଁବା ପାଇଁ ପୋଲର ବାଡା ଉପରେ ଚଢ଼ି ଯାଇଥିଲେ ଏବଂ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ରାସ୍ତାରେ ଯାତାୟତ କରୁଥିବା ବାଟୋଇମାନେ ଅଟକି ଦୂରରୁୁ ରହି ମହିଳା ଜଣଙ୍କୁ ନଦୀକୁ ନଡେଇଁବାକୁ ବୁଝାଇଥିଲେ ଏବଂ କଥାରେ ଭୁଲାଇ ରଖିଥିଲେ ।
ଏହି ସମୟରେ ଜଣେ ବାଟୋଇ ମହିଳାଙ୍କୁ ଅତି ଚତୁରତାର ସହ କାବୁ କରି ନେଇଥିଲେ । ତାପରେ ମହିଳାଙ୍କୁ ନିକଟସ୍ଥ ପାଣିକୋଇଲି ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ ମହିଳାଙ୍କ ଘର ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଅଂଚଳରେ । ମାତ୍ର ମାସେ ତଳେ କେନ୍ଦୁଝର ଜିଲ୍ଲାରେ ଭଲ ପାଇଁ ବିବାହ କରିଥିଲେ । ତେବେ କଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହାର କାରଣ ଜଣାପଡି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/1-18.jpg)