ଡ଼ାକ୍ତରଙ୍କୁ ଲୋକମାନେ ଦ୍ୱିତୀୟ ଭଗବାନ କହିଥାନ୍ତି । କିନ୍ତୁ ବେଳେ ବେଳେ କିଛି ଲୋକମାନଙ୍କ ପାଇଁ ଏହି ପେସା ବଦନାମ ହୋଇ ଯାଇଥାଏ । ଉତ୍ତରପ୍ରଦେଶର ଲଳିତପୁରରେ କିଛି ସେଭଳି ଘଟଣା ଦେଖିବାକୁ ମିଳିଛି । ବୋହୂର ଚିକିତ୍ସା ପରେ ଶାଶୁ ଡ଼ାକ୍ତରଙ୍କୁ ପୂରା ଟଙ୍କା ନ ଦେଇ ପାରିବାରୁ ରାଗରେ ଡ଼ାକ୍ତର ତାଙ୍କ ପଛରେ କୁକୁର ଛାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ମହିଳା । କୁକୁର ଆକ୍ରମଣରେ ପୀଡ଼ିତାଙ୍କୁ ଗଭୀର ଆଘାତ ଲାଗିବା ପରେ ଏବେ ଚିକିତ୍ସା ପାଇଁ ତାଙ୍କୁ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ସଂପର୍କୀୟ ଏ ନେଇ ପୁଲିସରେ ଡ଼ାକ୍ତରଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ଅଭିଯୋଗ ପାଇ ପୁଲିସ ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଲଳିତପୁରରେ ରହୁଥିବା ପୀଡ଼ିତା ଶାନ୍ତାବାଇ କୁଶବାହା ଗୁରୁବାର ନିଜ ବୋହୂକୁ ନେଇ ସିଭିଲ ଲାଇନ୍ ଅଞ୍ଚଳରେ ଥିବା ଜଣେ ମହିଳା ଡ଼ାକ୍ତରଙ୍କ ପାଖରେ ପହଞ୍ଚିଥିଲେ । ଚିକିତ୍ସା ପରେ ଡ଼ାକ୍ତରଜଣଙ୍କ ଶାନ୍ତାବାଇଙ୍କୁ ୨୨୫୦ଟଙ୍କାର ବିଲ୍ ଦେଇଥିଲେ । କିନ୍ତୁ ଶାନ୍ତାବାଇଙ୍କ ପାଖରେ ସର୍ବମୋଟ ୧୨୫୦ଟଙ୍କା ଥିବାରୁ ମୋ ସ୍ୱାମୀ ଆସିଲେ ବାକି ୧୦୦୦ଟଙ୍କା ଦେଇ ଦେବି ବୋଲି ଡ଼ାକ୍ତରଙ୍କୁ ଜଣାଇଥିଲେ ଶାନ୍ତାବାଇ । ଏହା କହି ଶାନ୍ତାବାଇ ବାହାରକୁ ଆସିବା ପରେ ମହିଳା ଡ଼ାକ୍ତରଜଣକ ନିଜ ପୋଷା କୁକୁରକୁ ଶାନ୍ତାବାଇଙ୍କ ପଛରେ ଛାଡ଼ି ଦେଇଥିଲେ । କୁକୁର ଶାନ୍ତାବାଇଙ୍କ ଆକ୍ରମଣ କରିବା ପରେ ସେ ଚିତ୍କାର କରିବାକୁ ଲାଗିଥିଲେ । ଏହା ଶୁଣି ଆଖ ପାଖ ଲୋକ ଦୌଡ଼ି ଆସିବା ସହ ତାଙ୍କୁ ବଞ୍ଚାଇ ଡ଼ାକ୍ତରକାନାରେ ଭର୍ତ୍ତି କରିଥିବା ଜଣା ପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/dog1-1552130436.jpg)
/kanak/media/post_attachments/wp-content/uploads/2019/03/dog3-1552130564-300x225.jpg)