ଏମର୍ଜେନ୍ସିରେ ରୋଗୀକୁ ନେବା ପାଇଁ ପହଞ୍ଚିଥିଲେ ମେଡିକାଲ ଟିମ୍ ! ଆମ୍ବୁଲାନ୍ସ ନେଇ ଫେରାର ହୋଇଗଲେ ମହିଳା, ଆଉ ତା ପରେ…

30

ଆମେରିକାର ଓରେଗନ ରାଜ୍ୟରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ୩୭ ବର୍ଷିୟ ଜଣେ ମହିଳା ଏମର୍ଜେନ୍ସି ରୋଗୀକୁ ନେବା ପାଇଁ ଆସିଥିବା ଏକ ଆମ୍ବୁଲାନ୍ସକୁ ନେଇ ଫେରାର ହୋଇଯାଇଥିଲା । ପରେ ପୋଲିସ ପ୍ରାୟ ୪୦ କିଲୋମିଟର ପିଛା କରିବା ପରେ ମହିଳାଙ୍କୁ କାବୁ କରିବାରେ ସଫଳ ହୋଇଥିଲା ।

ସୂଚନା ମୁତାବକ, ଓରେଗନ ରାଜ୍ୟର ଏକ ସ୍ଥାନରେ ବାସ କରୁଥିବା ଏକ ପରିବାରରେ କୌମସି କାରଣରୁ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଖରାବ ହୋଇଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ଖରାପ ହୋଇଯିବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ କଲ କରିଥିଲେ । ଆମ୍ବୁଲାନ୍ସ ମଧ୍ୟ ଠିକ ସମୟରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ଠିକ ଏହି ସମୟରେ ଯେତେବେଳେ ମେଡିକାଲ କର୍ମଚାରୀ ଘର ଭିତରେ ରୋଗୀକୁ ଆମ୍ବୁଲାନ୍ସକୁ ଆଣିବାର ବ୍ୟବସ୍ଥା କରୁଥିଲେ ଠିକ ସେହି ସମୟେର ଜଣେ ୩୭ ବର୍ଷିୟ ମହିଳା ଆମ୍ବୁଲାନ୍ସକୁ ଧରି ଫେରାର ହୋଇଯାଇଥିଲେ । ପରେ ମେଡିକାଲ କର୍ମଚାରୀ ତୁରନ୍ତ ପୋଲିସର ସହାୟତା ଲୋଡିଥିଲେ ଏବଂ ପୋଲିସକୁ ଖବର କରିଥିଲେ । ପୋଲିସ ଖବର ପାଇବାର ତୁରନ୍ତ ବାଦ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ପିଛା କରିଥିଲେ । ପୋଲିସ ପ୍ରାୟ ୪୦ କିଲୋମିଟର ଆମ୍ବୁଲାନ୍ସର ପିଛା କରିଥିଲେ ମଧ୍ୟ ମହିଳାଙ୍କୁ କାବୁ କରିପାରିନଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସ ଆମ୍ବୁଲାନ୍ସର ଟାୟାର ପମ୍ପଚର କରିଥିଲେ । ଟାୟାର ପମ୍ପଚର ହେବା ପରେ ମହିଳା କାବୁ କରାଯାଇ ପାରିଥିଲେ ।

ପୋଲିସ ମହିଳାଙ୍କୁ ଗିରଫ କରି ପଚରା ଉଚରା କରିବାରୁ ମହିଳା ଯାହା ଉତର ଦେଲେ ତାହା ଶୁଣି ସମସ୍ତେ ଚକ୍କିତ ହୋଇଯାଇଥିଲେ । ମହିଳା ନିଜ ଦୋଷ ମାନିବା ବଦଳରେ ସେ ମେଡିକାଲ କର୍ମଚାରୀଙ୍କୁ ଦୋଷି କହିଥିଲେ । ସେ କହିଥିଲେ, ମେଡିକାଲ କର୍ମଚାରୀ ଆମ୍ବୁଲାନ୍ସକୁ ଏପରି ବେପରୁଆ ଭାବେ ଖୋଲା ଛାଡି ଯିବାର ନଥିଲା । ମୁଁ କୌଣସି ଲୋକଙ୍କୁ କ୍ଷତି ପହଞ୍ଚାଇ ନାହିଁ ତେଣୁ ମୁଁ ନିର୍ଦ୍ଦୋଶ । ଏହି ଭଳି ଭାବେ ମହିଳା ଜଣକ ପୋଲିସଙ୍କ ସମ୍ନାରେ ତାଙ୍କ ବକ୍ତବ୍ୟ କହିଥିବା ବେଳେ ତାଙ୍କୁ ପୋଲିସ କୋର୍ଟ ଚାଲାଣ କରି ଦୋଷି ସାବ୍ୟସ୍ତ କରିଛି ।