‘ପାକିସ୍ତାନ ଜିନ୍ଦାବାଦ’ କହିବା ସହିତ ଅମର ଯବାନ ଜ୍ୟୋତି ପାଖକୁ ଫିଙ୍ଗିଲେ ଜୋତା : ପୁଲିସ ହାତରେ ଧରାପଡିଲେ ୫୦ ବର୍ଷୀୟା ମହିଳା

Advertisment
‘ପାକିସ୍ତାନ ଜିନ୍ଦାବାଦ’ କହିବା ସହିତ ଅମର ଯବାନ ଜ୍ୟୋତି ପାଖକୁ ଫିଙ୍ଗିଲେ ଜୋତା : ପୁଲିସ ହାତରେ ଧରାପଡିଲେ ୫୦ ବର୍ଷୀୟା ମହିଳା

source : Times Now

ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରୁ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଧରାଯାଇ ପୁଲିସ୍ ହେପାଜତରେ ନିଆଯାଇଛି। ତାଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ ସେ ଇଣ୍ଡିଆ ଗେଟ୍ ସମ୍ମୁଖରେ ‘ପାକିସ୍ତାନ ଜିନ୍ଦାବାଦ୍’ କହିବା ସହ ଅମର ଯବାନ ଜ୍ୟୋତି ପାଖକୁ ନିଜ ଜୋତା ଫିଙ୍ଗିଥିଲେ। ଏପରି କରିବା ପରେ ଆଞ୍ଚଳିକ ପୁଲିସ୍ ତାଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।

publive-image

ମହିଳାଙ୍କ ନାମ ସୁଲତାନା ଖାନ। ତାଙ୍କୁ ଧରାଯାଇ ଏଜେନ୍ସି ପକ୍ଷରୁ ପଚରାଉଚରା କରାଯାଇଛି। ପୁଲିସ୍ କହିବା ଅନୁଯାୟୀ, ମହିଳା ଜଣକ ମାନସିକ ଭାବେ ଦୁର୍ବଳ। ଏବେ ମହିଳାଙ୍କ ପରିବାର ଲୋକଙ୍କୁ ଖୋଜାଯାଇ ତାଙ୍କ ହାତରେ ମହିଳାଙ୍କୁ ଦିଆଯିବା ପାଇଁ ପୁଲିସ୍ ଚିନ୍ତା କରି ତଦନ୍ତ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ଇଣ୍ଡିଆ ଗେଟ ନିକଟରେ ଥିବା ଅମର ଯବାନ ଜ୍ୟୋତିକୁ ଅପମାନ ଦେଇଥିବା ଅଭିଯୋଗରେ ପୂର୍ବରୁ ମଧ୍ୟ ଅନେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାକୁ ଅମର ଯବାନଙ୍କ ସ୍ମୃତି ଉଦଦ୍ଦଶ୍ୟରେ କରାଯାଇଛି।

publive-image

୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ସଶସ୍ତ୍ର ବଳର ଯବାନ ସହିଦ ହେବା ପରେ ଅମର ଯବାନ ଜ୍ୟୋତି ନିର୍ମାଣ କରାଯାଇଥିଲା। ୧୯୭୨ ମସିହାରେ ଇନ୍ଦିରା ଗାନ୍ଧୀ ତାହାକୁ ଉଦଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe