ଭଦ୍ରକରେ ବ୍ରାଉନସୁଗାର ରାକେଟ ଠାବ : କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

162

କନକ ବ୍ୟୁରୋ : ଭଦ୍ରକରେ ବଡ଼ ଧରଣର ବ୍ରାଉନସୁଗାର ରାକେଟର ପର୍ଦ୍ଦାଫାଶ । କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଂଚଳ ପୋଲିସ୍ । ଏକ ଅଟୋ ଯୋଗେ ଜଳେଶ୍ୱର ଚାଲାଣ ହେଉଥିବା ବେଳେ ଏକ କିଲୋ ୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ପୋଲିସ୍ ।

୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟସ୍ଥ ଧାମରା ରେଳ ଓଭର ବ୍ରିଜ ନିକଟରୁ ଗ୍ରାମାଂଚଳ ପୋଲିସ୍ ଏହି ଅଟୋକୁ ଅଟାଇଥିଲା । ଯାଞ୍ଚ ସମୟରେ ଅଟୋ ଭିତରୁ ଏକ କିଲୋରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଥିଲା, ଏହାସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫଙ୍କ ମଧ୍ୟରେ ଜଳେଶ୍ୱରର ବ୍ରାଉନସୁଗାର ମାଫିଆ ଚାଚିର ଭାଇ ଓ ଅନ୍ୟ ଜଣେ ଡ୍ରଗ୍ସ ମାଫିଆ ଏସ କେ ଅସଗରର ଶ୍ୱଶୁର ଏସକେ ଅବଦୁଲ ମଧ୍ୟ ଗିରଫ ହୋଇଛି । ପୋଲିସ୍ ଅଧିକ ଖୋଳତାଡ଼ ଚଳାଇଛି ।