ଏମିତିକା ସନ୍ତାନ କାହାକୁ ନମିଳୁ ! ମଦ ପିଇବାକୁ ବାରଣ କରିବାରୁ କାଠ ଫାଳିଆରେ ପିଟି ମାଆକୁ ମାରିଦେଲେ ଦୁଇ ପୁଅ; ମୟୂରଭଞ୍ଜ ବାଙ୍ଗିରିପୋଷି ଅଞ୍ଚଳରେ ଅଭାବନୀୟ ଘଟଣା

ଏମିତିକା ସନ୍ତାନ କାହାକୁ ନମିଳୁ ! ମଦ ପିଇବାକୁ ବାରଣ କରିବାରୁ କାଠ ଫାଳିଆରେ ପିଟି ମାଆକୁ ମାରିଦେଲେ ଦୁଇ ପୁଅ; ମୟୂରଭଞ୍ଜ ବାଙ୍ଗିରିପୋଷି ଅଞ୍ଚଳରେ ଅଭାବନୀୟ ଘଟଣା

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବୃଦ୍ଧା ମା’ଙ୍କୁ ଦୁଇ ପୁଅ ଠେଙ୍ଗାରେ ବାଡ଼େଇ ମାରିଥିବାର ଖବର ମିଳିଛି।

ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ତୁଳସୀ ସିଂହ। ଦୁଇ ପୁଅ ରବି ଏବଂ ରାଜ କିଶୋର ଗତକାଲି ରାତିରେ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାକୁ ନେଇ ମା’ ତୁଳସୀ ସିଂହ ଗାଳିଗୁଲଜ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ରବି ଏବଂ ରାଜ କିଶୋର  ନିଶାସକ୍ତ ଅବସ୍ଥାରେ ମା’ ତୁଳସୀ ସିଂହଙ୍କୁ ଦୁଇଟି ବାଡ଼ିରେ ଜୋରରେ ବାଡ଼େଇଥିଲେ। ଫଳରେ ମା’ ତୁଳସୀ ପ୍ରାଣ ହରାଇଥିଲେ।

ଏହି ଘଟଣା ଆଜି ସକାଳେ ଜଣାଯିବା ପରେ ତୁଳସୀଙ୍କ ସ୍ବାମୀ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ତୁଳସୀଙ୍କ ମୃତ ଦେହକୁ ଜବତ କରିବା ସହ ଦୁଇ ପୁଅ ରବି ସିଂହ ଏବଂ ରାଜ କିଶୋର ସିଂହଙ୍କୁ ଗିରଫ କରିଥିବା ଜଣାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ସାଇଣ୍ଟିଫିକ ଟିମ ଆସିଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ବାଙ୍ଗିରିପୋଷି ଥାନା ଅଧିକାରୀ କହିଛନ୍ତି। ଏହି ଅଘଟଣ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe