ବାହାଘର ଭାଙ୍ଗିବାରୁ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପୀଡିତାକୁ ବଳ ପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିବା ସହ କରିଥିଲେ ଭିଡିଓ ସୁଟ୍

479

କନକ ବ୍ୟୁରୋ: ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନିଜକୁ ଆଇସିଏମଆର ବୈଜ୍ଞାନିକ କହି ଜଣେ ଯୁବକ ବିବାହ ପ୍ରସ୍ତାବ ଦେଇଥିଲେ । ତେବେ ଯୁବତୀଙ୍କ ପରିବାର ଲୋକେ ଯୁବକ ଜଣକ ବୈଜ୍ଞାନିକ ନୁହଁନ୍ତି ବୋଲି ଜାଣିବା ପରେ ବାହାଘର ପ୍ରସ୍ତାବକୁ ଭାଙ୍ଗି ଦେଇଥିଲେ । ଏହା ପରେ ଯୁବତୀଙ୍କୁ ଅପହରଣ କରି ନେଇ ନିଜ ଘରେ ଓ ବିଭିନ୍ନ ହୋଟେଲରେ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଯୁବତୀଙ୍କ ନଗ୍ନ ଭିଡ଼ିଓ ଦେଖାଇ ଜୋର ଜବରଦସ୍ତ ବିବାହ କରିବାକୁ ଜିଦ ଧରୁଥିବା ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଏହି ଯୁବକଙ୍କ ନାଁ ଅବିନାଶ ମିଶ୍ର । ଅବିନାଶ ଯାଜପୁର ସହରର ମୂଳବାସିନ୍ଦା ହୋଇଥିବାବେଳେ କଟକ ସିଡ଼ିଏ ଅଞ୍ଚଳରେ ରହୁଥିଲେ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।

ବାହାଘର ଭାଙ୍ଗିବାରୁ ଦୁଷ୍କର୍ମ!
– ବାହାଘର ଭାଙ୍ଗିବା ପରେ ଯୁବକଙ୍କ ଦୁଷ୍କର୍ମ ଅଭିଯୋଗ
– ଆଇସିଏମଆର ବୈଜ୍ଞାନିକ କହି ବାହାଘର ପ୍ରସ୍ତାବ ଦେଇଥିଲେ
– ବୈଜ୍ଞାନିକ ନଥିବା ଜାଣିବା ପରେ ବାହାଘର ଭାଙ୍ଗିଦେଲେ ଝିଅଘର
– ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ
– ପୀଡ଼ିତାଙ୍କ ନଗ୍ନ ଭିଡିଓ ସୁଟ କରିଥିବା ଅଭିଯୋଗ
– ଭିଡିଓ ଜରିଆରେ ବ୍ଲାକମେଲ କରୁଥିଲେ ଅଭିଯୁକ୍ତ
– ଜୋର ଜବରଦସ୍ତ ବାହା ହେବାକୁ କରୁଥିଲେ ଜିଦ୍
– ଅଭିଯୁକ୍ତ ଅବିନାଶ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ
– ଅଭିଯୁକ୍ତ ଅବିନାଶ ମିଶ୍ର ଯାଜପୁର ସହରର ମୂଳବାସିନ୍ଦା
– କଟକ ସିଡିଏ ଅଞ୍ଚଳରେ ରହୁଥିବା ସୂଚନା ଦେଲା ପୁଲିସ