ଭୁବନେଶ୍ୱରରେ ମହିଳାଙ୍କୁ ଅପହରଣ ଘଟଣାରୁ ହଟିଲା ପରଦା: ଭାଇଠାରୁ ଟଙ୍କା ହଡପ ପାଇଁ ଭଉଣୀ ରଚିଥିଲା ଅପହରଣ ନାଟକ

616

କନକ ବ୍ୟୁରୋ: ରାଜଧାନୀରେ ମହିଳାଙ୍କୁ ଅପହରଣ ଘଟଣାରେ ପୋଲିସକୁ ସଫଳତା । ରାଜଧାନୀ ଆପାର୍ଟମେଣ୍ଟରୁ ଅପହରଣ ହୋଇଥିବା ମହିଳାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ଏଥିରେ ସମ୍ପୃକ୍ତ ଅଭିତଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ।

ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଆପାର୍ଟମେଣ୍ଟର ଜଣେ ମହିଳାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ଅପହରଣ କରିବା ପରେ କୋଟିଏ ଟଙ୍କା ମାଗୁଥିଲେ ଅପହରଣକାରୀ । ଏ ନେଇ ମହିଳାଙ୍କ ବାପା ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ଖବର ଅନୁସାରେ, ସମ୍ପୃକ୍ତ ମହିଳା ଦୀର୍ଘଦିନ ହେଲା ବାପାଘରେ ରହିଆସୁଥିଲେ । ଗତକାଲି ବାଣୀବିହାର ନିକଟରେ ଥିବା ସତସଙ୍ଗ ବିହାରକୁ ସଂପୃକ୍ତ ମହିଳା ଆସିଥିଲେ । ତାପରଠୁ ଆଉ ଘରକୁ ଫେରିନଥିଲେ ।

ତେବେ ଏହା ଅପହରଣ ନୁହେଁ ବରଂ ସ୍ୱରଚିତ ନାଟକ । ବେଙ୍ଗାଲୁରୁରେ ଥିବା ଭାଇଙ୍କ ଠାରୁ ଟଙ୍କା ପାଇବା ପାଇଁ ମହିଳା ଏଭଳି ନାଟକ କରିଥିବା କହିଛି କମିଶନର ପୋଲିସ । ପୋଲିସର କହିତବା ଅନୁସାରେ , ଅପହୃତ ମହିଳା ସ୍ମୃତିରେଖା ପାଣି ଟଙ୍କା ପାଇଁ କିଛି ଲୋକଙ୍କ ସହ ଯୋଜନା କରି ନିଜକୁ ଅପହରଣ କରାଇବାର ନାଟକ କରିଥିଲେ । ପ୍ରଥମେ ଚାରିଛକ ଓ ସେଠାରୁ ନୟାଗଡ ଯାଇଥିଲେ । ମହିଳାଙ୍କ ବାପା ଏନେଇ ଚନ୍ଦକା ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଛାନବିନ୍ କରିଥିଲା । ଏବଂ ନୟଗଡରୁ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସତ ପଦାକୁ ଆସିଥିଲା ।

ମହିଳା ନିଜ ଭାଇଙ୍କ ଠାରୁ ଟଙ୍କା ପାଇବା ପାଇଁ ରାଜସ୍ଥାନର ପ୍ରଦୀପ ଓଲା ଓ ଦେବୀ ଲାଲ ନାମକ ବ୍ୟବକ୍ତିଙ୍କ ସହ ମିଶି ଅପହରଣ ନାଟକ କରିଥିଲେ । ଧରାପଡିବା ପରେ ସତ ଉଗାଳିଛନ୍ତି ଅଭିଯୁକ୍ତ ।