ରୋଗୀଣା ପୁଅକୁ ଧରି ଡାକ୍ତରଖାନା ଯିବା ପାଇଁ ଅଟୋରେ ବସିଲା ମା’ !  ଅଟୋଚାଳକଙ୍କ ସହ ୯ ଜଣ ସଇତାନ ମିଶି କଲେ ଦୁଷ୍କର୍ମ , ପରଦିନ ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲେ ପୀଡିତା 

2,397

ତ୍ରିପୁରା ରାଜଧାନୀ ଅଗରତଲାରେ ପାଶବିକତାର ଏକ ଲୋମଟାଙ୍କୁରା ଖବର ସାମ୍ନାକୁ ଆସିଛି । ଏଠାରେ ୩୨ ବର୍ଷୀୟା ମହିଳାଙ୍କୁ ପ୍ରଥମେ ଅପହରଣ କରାଗଲା,ତା’ପରେ ନୃଶଂସତାର ସହ ତାଙ୍କୁ ଗଣଦୁଷ୍କର୍ମ କରାଗଲା ଏବଂ ଶେଷରେ ଅଭିଯୁକ୍ତମାନେ ତାଙ୍କୁ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ଫୋପାଡି ଦେଇ ଚାଲିଗଲେ । ଘଟଣାର ପରଦିନ ପୀଡିତାଙ୍କୁ ରାସ୍ତାକଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତୀ କଲେ । ପୀଡିତାଙ୍କ ସ୍ୱାମୀ ଥାନାରେ ଏନେଇ ଏତଲା ଦେବାକୁ ଯାଇଥିଲେ ମଧ୍ୟ ୩ ଟି ଥାନାର ପୋଲିସ୍ କର୍ମୀ ଏତଲା ଲେଖିବାକୁ ମନା କରିଦେଇଥିଲେ । ଶେଷରେ ପୀଡିତାଙ୍କ ସ୍ୱାମୀ ଅଗରତଲା ମହିଳା ଥାନାରେ ଏନେଇ ଅଭିଯୋଗ କରିଥିଲେ । ଏକ ଖବରକାଗଜ ମୁତାବକ , ତ୍ରିପୁରା ପୋଲିସ୍ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ପୋଲିସ୍ ର କହିବାନୁସାରେ ଜଣେ ଅଟୋ ଡ୍ରାଇଭର୍ ମହିଳାଙ୍କୁ ଅପହରଣ କରିଥିଲେ ।

 

ଘଟଣାଟି ସେପ୍ଟେମ୍ବର ୨୪ ଅର୍ଥାତ୍ ମଙ୍ଗଳବାର ଦିନ ଘଟିଛି । ପୀଡିତାଙ୍କୁ ଜଣଙ୍କ ପରେ ଜଣେ ଏଭଳି ୯ ଜଣ ନୃଶଂସ ଦୁଷ୍କର୍ମ କରିଥିଲେ ଏବଂ ରାତି ପ୍ରାୟ ୧୧.୩୦ ରେ ତାଙ୍କୁ ଚେତାଶୂନ୍ୟ ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡ଼ରେ ହିଁ ଫୋପାଡି ଚାଲି ଯାଇଥିଲେ । ବୁଧବାର ପୀଡିତା ସହରଠାରୁ ୪ କିିଲୋମିଟର ଦୂରରେ ରାସ୍ତାକଡରୁ ମିଳିଥିଲେ । ପୀଡିତା ସ୍ୱାମୀଙ୍କ ଅଭିଯୋଗ ଅନୁସାରେ ୯ ଜଣ ଲୋକଙ୍କ ନାଁରେ ଅଭିଯୋଗ କରାଯାଇଥିଲା ଯେଉଁଥିରୁ ୬ ଜଣଙ୍କୁ ପୋଲିସ୍ ଗିରଫ କରିଛି ।

ସନ୍ଧ୍ୟା ସମୟରେ ପୀଡିତା ନିଜ ରୋଗୀଣା ପୁଅକୁ ଧରି ଡାକ୍ତରଖାନାକୁ ଯାଇଥିଲେ । ଫେରିବା ସମୟରେ ସେ ଏକ ଅଟୋ ବୁକ୍୍ କରି ସେଥିରେ ବସି ଯାଇଥିଲେ କିନ୍ତୁ ଠିକ୍ ରାସ୍ତାରେ ଯିବା ବଦଳରେ ଅଟୋର ଦିଗ ପରିବର୍ତ୍ତନ ହୋଇଯାଇଥିଲା । କିଛି ଦୂର ଯିବା ପରେ ଅଟୋରେ ୮ ଜଣ ଲୋକ ବସିଗଲେ । ପୀଡିତା ସାହାଯ୍ୟ ପାଇଁ ଚିତ୍କାର କରି କାନ୍ଦିବା ପରେ ମଧ୍ୟ ତାଙ୍କ କାନ୍ଦ କାହାରି କାନରେ ପଡିନଥିଲା । ୯ ଜଣ ସଇତାନ ଗୋଟିଏ ପରେ ଗୋଟିଏ ପୀଡିତାଙ୍କୁ ଦୁଷ୍କର୍ମ କରିଚାଲିଲେ । ଏହାପରେ ସହରଠାରୁ ୬ କିଲୋମିଟର ଦୂର ତାଙ୍କୁ ରାସ୍ତାକଡରେ ହିଁ ଫୋପାଡି ଦେଇ ଚାଲିଗଲେ । ପୀଡିତାଙ୍କ ଚିକିତ୍ସା ଏବେ ଡାକ୍ତରଖାନାରେ ଚାଲିଛି ।