କନକ ବ୍ୟୁରୋ : କେନ୍ଦୁଝର ଚମ୍ପୁଆରେ ଚାଞ୍ଚଲ୍ୟ । ଡୁରୁକୁଳିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ନିଜର ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ମା’ । ମୃତ ମହିଳା ହେଉଛନ୍ତି ଭୀମସେନ ନାୟକଙ୍କ ପତ୍ନୀ କ୍ଷଣପ୍ରଭା ନାୟକ । ତାଙ୍କ ବଡ଼ ଝିଅ ସ୍କୁଲରୁ ଫେରିବା ପରେ ଘର କବାଟ ବନ୍ଦ ଥିବା ଦେଖିଥିଲେ ।

Advertisment

ଅନେକ ବାଡେଇବା ପରେ କବାଟ ନଖୋଲିବାରୁ ପଡୋଶୀଙ୍କୁ ସୂଚନା ଦେଇଥିଲେ । ପଡୋଶୀ ଟାଇଲି ଛପର ଖୋଲି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ । ଏ ନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘରେ କେହି ନଥିବା ବେଳେ ସେ ଏପରି କାମ କରିଛନ୍ତି । ତେବେ କ୍ଷଣପ୍ରଭା ଏପରି ଚରମ ନିଷ୍ପତ୍ତି କାହିଁକି ନେଲେ ତାହା ଜଣାପଡ଼ିନାହିଁ । ଘଟଣା ପରେ ସ୍ତବ୍ଧ ହୋଇପଡ଼ିଛି ପୂରା ଗାଁ ।