କନକ ବ୍ୟୁରୋ: ଘରେ ଥାକ ମରାଯାଇ ରଖାଯାଇଥିବା ଧାନବସ୍ତା ପଡି ମାଆ ଓ ଝିଅ ମୃତ୍ୟୁବରଣ କରିଥିବା ବେଳେ ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ।
ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ବ୍ରହ୍ମଗରି ଅଞ୍ଚଳର ଖଜୁରିଆ ନିକଟ ହବାସାହି ଗାଁ’ରେ ଘରେ ଶୋଇଥିବା ବେଳେ ଧାନ ବସ୍ତା ପଡି ମାଆ, ଝିଅ ମୃତ୍ୟୁବରଣ କରିଥିବା ବେଳେ ବାପା ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଥାକ ମରାଯାଇ ରଖାଯାଇଥିବା ଧାନ ବସ୍ତା ଘରେ ଏମାନେ ଶୋଇଥିଲେ।
ହଠାତ୍ ଧାନ ବସ୍ତା ଖସି ପଡିବାରୁ ମାଆ ଓ ୧୨ ବର୍ଷର ଝିଅ ଧାନବସ୍ତା ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ବାପା ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/morgue-1200x800.jpg)