କନକ ବ୍ୟୁରୋ : ଏକାଠି ଖେଳୁଛନ୍ତି ହିଂସ୍ର ଜନ୍ତୁ । ଗୋଟିଏ ପରିବାରର ସଦସ୍ୟ ଭଳି ଏକାଠି ମଧ୍ୟ ରହୁଛନ୍ତି । ନନ୍ଦନକାନନରେ ଏହି ଭାଲୁ , ସିଂହ ଓ ଗଧିଆ ଏକାଠି ରହିବା ସହିତ ଖେଳୁଥିବାର ଦୃଶ୍ୟ ସାମନାକୁ ଆସିଛି ।

Advertisment

ନନ୍ଦନକାନନରେ ରହୁଥିବା ଏହି ସିଂହ ଛୁଆ, ଗଧିଆ ଓ ଭାଲୁର ଦାୟିତ୍ୱରେ ଅଛନ୍ତି ଜଣେ କର୍ମଚାରୀ ପ୍ରଶାନ୍ତ ଗୌଡ । ସେମାନଙ୍କୁ ବୋତଲରେ କ୍ଷୀର ଦେବା ସହିତ ସମସ୍ତ କାମ କରି ଦେଉଛନ୍ତି । ନିୟମିତ ଭାବେ କ'ଣ ଖାଇବେ ଓ କ'ଣ କ’ଣ ଖାଇବେ ସମସ୍ତ କଥା ବୁଝୁଛନ୍ତି ପ୍ରଶାନ୍ତ । ଆଉ ଏହି ସିଂହ , ଭାଲୁ ଛୁଆ ଗୁଡିକ ମଧ୍ୟ ବେଶ କଥା ମାନି ଏକାଠି ରହିବା ସହିତ ଖେଳି ବୁଲୁଛନ୍ତି ।