କନକ ବ୍ୟୁରୋ: ହୋଲି ବେଳେ ଅଘଟଣ । କଟକ କାଠଯୋଡି ନଦୀରେ ରେ ବୁଡି ଦୁଇଜଣ ପ୍ରାଣ ହରାଇଛନ୍ତି । ମୃତକ କଟକ ନେତାଜୀ ନଗରର ବୋଲି ଜଣାପଡିଛି । ଜଣେ ନବମ ଶ୍ରେଣୀର ଛାତ୍ର ହୋଇଥିଲା ବେଳେ ଅନ୍ୟଜଣକର ପରିଚୟ ମିଳିନାହିଁ । ହୋଲି ସାରି ଗାଧେଇବାବେଳେ ଏମାନେ ବୁଡିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତି କରାଯାଇଥିଲା । ସେଠାରେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଅନ୍ୟପଟେ, ରଂଗ କିଣିବାକୁ ଯାଇଥିବା ଯୁବକଙ୍କୁ ଷଣ୍ଢ କଚାଡି ଫିଙ୍ଗିବା ପରେ ଟ୍ରକ ଚାପିଦେବାରୁ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବାଲେଶ୍ୱର ସୋର ଥାନା ଅଂଚଳ ମହୁମୁହାଣ ଗାଁର ନରେନ୍ଦ୍ର ଜେନା । ନରେନ୍ଦ୍ର ଜେନା ନିଜ ବାଇକରେ ରଂଗ କିଣିବାକୁ ଯାଇଥିବା ବେଳେ ୩ଟି ଷଣ୍ଢ ଲଢେଇ କରୁଥିଲେ । ଏହି ସମୟରେ ସେ ସେହି ବାଟ ଦେଇ ଯାଉଥିବା ବୋଳ ଷଣ୍ଢ ବାଇକ ସହ ନରେନ୍ଦ୍ରଙ୍କୁ କଚାଡି ଦେଇଥିଲା । ଫଳରେ ବିପରୀତ ଦିଗରୁଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା । ସଂଗେ ସଂଗେ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/HOLI-4-1.jpg)
/kanak/media/post_attachments/wp-content/uploads/2020/03/ACC.jpg)