ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ଭିଡିଓ ସାମ୍ନାକୁ ଆସିଛି। ଭିଏତନାମାରେ ଜଣେ ମହିଳାଙ୍କୁ ଅନେକ ଦିନ ହେବ ମୁଣ୍ଡବ୍ୟଥାର ସମସ୍ୟା ଥିଲା। ଏହି ଯନ୍ତ୍ରଣା ସେ ଯେତେବେଳେ ସହ୍ୟ କରି ପାରିଲେ ନାହିଁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ମହିଳାଙ୍କ ଚିକିତ୍ସା ପରେ ପ୍ରଥମେ ଡାକ୍ତରଙ୍କୁ ଲାଗିଥିଲା କି ତାଙ୍କୁ ଟ୍ୟୁମର କାରଣରୁ ମୁଣ୍ଡ ବ୍ୟଥା ହେଉଛି। ତେଣୁ ଡାକ୍ତର ଅସ୍ତ୍ରୋପଚାର କରି ମହିଳାଙ୍କ ଟ୍ୟୁମର ବାହାର କରିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ସର୍ଜରି ସମୟରେ ଯାହା ଘଟିଥିଲା ତାହା ଦେଖି ଡାକ୍ତର ଆଚମ୍ବିତ ହୋଇଯାଇଥିଲେ। ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ଗଳାରେ ଦୁଇଇଞ୍ଚର ଏକ ଜୋକପୋକ ଚିପିକି ରହିଥିବା ଡାକ୍ତର ଦେଖିବାକୁ ପାଇଥିଲେ।
ଦେଢ଼ ମିନିଟ ଏହି ଭିଡିଓରେ ମହିଳାଙ୍କ ମୁହଁ ଖୋଲା ହୋଇଥିବା ଦେଖିବାକୁ ମିଳୁଛି। ଏବଂ ଜଣେ ଡାକ୍ତର ମହିଳାଙ୍କ ମୁହଁରୁ ଜୀବନ୍ତ ଜୋକପୋକକୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି। ଜୋକଟି ମହିଳାଙ୍କ ଗଳାର ଖାଦ୍ୟ ନଳୀରେ ଚିପି ରହିଥିଲା। ଡାକ୍ତର ଜୋକଟିକୁ ମହିଳାଙ୍କ ଗଳାରୁ ବାହାର କରି ଟ୍ରେରେ ରଖିଥିଲେ। ଏହି ଜୋକଟି ମହିଳାଙ୍କ ଗଳାରେ ତିନିମାସ ହେବ ଲାଗି ରହିଥିବା ଡାକ୍ତର କହିଥିଲେ। ବର୍ଷା ପାଣିରେ ଗାଧୋଇବା ସମୟରେ ଜୋକଟି ମହିଳାଙ୍କ ମୁହଁ ଦେଇ ଗଳାକୁ ଚାଲି ଯାଇଥିଲା। ବର୍ତ୍ତମାନ ମହିଳାଙ୍କ ଚିକିତ୍ସା ଜାରି ରହିଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/pic-1.jpg)
/kanak/media/post_attachments/wp-content/uploads/2019/01/MMM-300x169.jpg)