କନକ ବ୍ୟୁରୋ: ଜଗତସିଂହପୁର ଲୋକସଭା ଓ କାକଟପୁର ବିଧାସଭା ନିର୍ବାଚନ ମଣ୍ଡଳୀରେ ଜୁନ ୧ରେ ପଡ଼ିବ ଭୋଟ । ଏହା ପୂର୍ବରୁ ଚାଲିଛି ଜୋରଦାର ପ୍ରଚାର । ମୈଦାନରେ ଏବେ ସ୍ୱାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ସ୍ତ୍ରୀ । ଘରଘର ବୁଲି ଲୋକଙ୍କୁ ଭେଟିବା ସହ ସମର୍ଥନ ଲୋଡ଼ିଛନ୍ତି । ଜଗତସିଂହପୁର ବିଜେପି ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇଙ୍କ ପତ୍ନୀ ତନୁଶ୍ରୀ ତରାଇ ନିଜ ସ୍ୱାମୀଙ୍କ ପାଇଁ ପ୍ରଚାର କରୁଛନ୍ତି ।
ସେହିଭଳି କାକଟପୁର ବିଜେଡି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କ ପତ୍ନୀ ନନ୍ଦିନୀ ବେହେରା ମଧ୍ୟ ନିଜ ସ୍ୱାମୀଙ୍କ ପାଇଁ ଘରଘର ବୁଲି ପ୍ରଚାରରେ ଲାଗିଛନ୍ତି । କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱଭୂଷଣ ଦାସଙ୍କ ସ୍ତ୍ରୀ ଶ୍ରାବଣୀ ଦାସ କଂଗ୍ରେସ ଗ୍ୟାରେଣ୍ଟିକୁ ଆଧାର କରି ନିଜ ସ୍ୱାମୀଙ୍କୁ ବିଜୟୀ କରାଇବା ପାଇଁ ଲୋକଙ୍କ ସମର୍ଥନ ଲୋଡ଼ିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/33-28.jpg)