କନକ ବ୍ୟୁରୋ : ବିନା ଶିକ୍ଷକରେ ଚାଲିଛି ସ୍କୁଲ। ଅନ୍ଧାରରେ ପିଲାଙ୍କ ଭବିଷ୍ୟତ। ବାଲେଶ୍ୱର ସହରରୁ ଆସିଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ୧୮୮୪ ମସିହାରୁ ଚାଲୁଥିବା ବହୁ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଯେଉଁଠି ପ୍ରଥମରୁ ପଂଚମ ଯାଏ ପିଲା ପାଠ ପଢନ୍ତି। ୫ଟି ଶ୍ରେଣୀରେ ଶହେରୁ ଅଧିକ ପିଲା ଅଛନ୍ତି । ୧୫ ଦିନ ହେବ ଶିକ୍ଷକ ନାହାନ୍ତି।

Advertisment

ଆଗରୁ ଦୁଇଜଣ ଶିକ୍ଷକ ଥିଲେ। ଜଣେ ଅବସର ନେଇଥିବା ବେଳେ ଆଉ ଜଣେ ଛୁଟିରେ ଅଛନ୍ତି। ଫଳରେ ଶିକ୍ଷକ ଶୂନ୍ୟ ହୋଇଯାଇଛି ବିଦ୍ୟାଳୟ। ପିଲାମାନେ ଆସୁଛନ୍ତି, ମଧ୍ୟାହ୍ନ ଭୋଜନ ମଧ୍ୟ ଦିଆଯାଉଛି, ହେଲେ ପାଠପଢ଼ା ନାହିଁ। ଜଣେ ସିଆରସିସି କାମଚଳା ଭାବେ ପିଲାଙ୍କୁ ଜଗୁଚନ୍ତି। ଅନ୍ୟପଟେ ରୋଷେଇଆ ମଧ୍ୟ ଅସନ୍ତୁଷ୍ଟ ହେଲେଣି। ରୋଷେଇ କରିବେ ନା ପିଲା ଜଗିବେ। ସେପଟେ ଅବିଭାବକ ମଧ୍ୟ ପିଲାଙ୍କୁ ସ୍କୁଲରୁ ନେଇ ଯାଉଛନ୍ତି। ଅନ୍ୟ ସ୍କୁଲରେ ନାମ ଲେଖାଇବା ନେଇ ମନସ୍ଥ କଲେଣି।

ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ। ବାରମ୍ବାର ଏସଂକ୍ରାନ୍ତ ରେ ଜିଲ୍ଲାପାଳ ଓ ଶିକ୍ଷା ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ଫଳ ମିଳିନଥିବା ଅଭିଭାବକ ଅଭିଯୋଗ କରିଛନ୍ତି।