କନକ ବ୍ୟୁରୋ : ଗଂଜାମ ଧରାକୋଟ ବ୍ଲକ ବାହାରପୁର ପଂଚାୟତର ପଦ୍ମପୁର ଗାଁରେ ଥିବା ବେଙ୍ଗେଇ ବନ୍ଧ କାମ ପାଇଁ ୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । ବନ୍ଧରେ ମାଟି ମୁଠାଏ ବି ପଡିନାହିଁ, ବିଲକୁଲ୍ କାମ ହୋଇନି କହିଲେ ଭୁଲ ହେବ ନାହିଁ । କୌଣସି କାମ ନକରି ବିଲ୍ କରାଯାଇଥିବା ତଥ୍ୟ ସାମ୍ନାକୁ ଅସିଛି । ଏହାପରେ ବାହାରପୁର ଗାଁର ପ୍ରଶନ୍ନ ପ୍ରଧାନ ଓ କେନ୍ଦୁପଲ୍ଲି ଗାଁର ପଂଚୁ ପାତ୍ର ବି.ଡି.ଓ, ଜେ.ଇ, ପଂଚାୟତ ପି.ଇ.ଓ ଓ ଜି.ଆର୍.ଏସଙ୍କ ବିରୋଧରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହାସହ ତରବିରଆ ଭାବେ ହେଉଥିବା କାମକୁ ବିରୋଧ କରିଛନ୍ତି ।

Advertisment

ଘାସ ଭର୍ତି ପୋଖରିରେ ବିଲ୍କୁଲ କାମ ହେଇନାହିଁ । ହେଲେ କାମ ସରିଥିବା ଦର୍ଶାଇ ବିଲ ହୋଇସାରିଛି । ସ୍ଥାନୀୟ ଲୋଲ ଏହି ଅଭିଯୋଗ ନେଇ ଲୋକୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଲୋକଙ୍କ ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ତରବରିଆ ଭାବେ କାମ ଚାଲିଛି । ଗାଁ ଲୋକେ ଏକାଠି ହୋଇ ସେହି କାମକୁ ବନ୍ଦ କରିଛନ୍ତି । ବନ୍ଧରେ ବାଡ ଦେବା ପାଇଁ ଖୋଳା ଯାଇଥିବା ସ୍ଥାନକୁ ପୋତି ଦେଇଛନ୍ତି । ଗାଁ ଲୋକଙ୍କ ଏପରି ପ୍ରତିବାଦ ଧରାକୋଟ ବି.ଡି.ଓ, ଜେ.ଇ , ପି.ଇ.ଓ ଓ ଜି.ଆର୍.ଏସ୍ ଗାଁ ଲୋକଙ୍କୁ ମନାଇବା ପାଇଁ ଲାଗିଛନ୍ତି । ହେଲେ ଗାଁ ଲୋକଙ୍କ ଗୋଟିଏ ଜିଦ୍, ମିଛ ବିଲ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ କାମ କରିବାକୁ ଦିଆଯିବ ନାହିଁ ।

ପୂର୍ବରୁ ମଧ୍ୟ ଏହି ପଂଚାୟତରେ ୧୦ଟି କାମ ବାବଦରେ ୩୩ ଲକ୍ଷରୁ ଉର୍ଦ୍ଧ ଟଙ୍କାର ମିଥ୍ୟା ବିଲ୍ କରାଯାଇଥିଲା । ଏନେଇ ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା । ଏବେ ବି ସେହି ମାମଲା ବିଚାରଧିନ ରହିଛି ।