ଅମାନିଆଙ୍କୁ କେଜ୍ରିୱାଲଙ୍କ ଛାଟ । ବିନା ମାସ୍କରେ ଘରୁ ବାହାରିଲେ ୨ ହଜାର ଟଙ୍କା ଜରିମାନା । ବଜାର ବନ୍ଦ ରଖିବା ପ୍ରସ୍ତାବକୁ କଂଗ୍ରେସର ବିରୋଧ ।

131

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଅଣାୟତ ହୋଇଛି କରୋନା ସ୍ଥିତି । ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ଦିଲ୍ଲୀରେ କରୋନା କୋକୁଆ ଭୟ ସୃଷ୍ଟି କରିଛି । ପ୍ରତି ଘଂଟାରେ ଦିଲ୍ଲୀରେ କରୋନା ସଂକ୍ରମଣରେ ସର୍ବନିମ୍ନ ୪ ଜଣଙ୍କର ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି । ଗତ କିଛିଦିନ ହେବ ଦିଲ୍ଲୀରେ ଦୈନିକ ୧୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ଏହା ସହ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ସରକାରଙ୍କ ଚିନ୍ତା ବଢାଇଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର କିଛି କିଛି ସ୍ଥାନରେ ରାପିଡ ଟେଷ୍ଟ ଆରମ୍ଭ କରିଛନ୍ତି । କରୋନା କଟକଣା ନମାନିଲେ ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚେତାବନୀ ଦେଇଛନ୍ତି ।
ଏହି କ୍ରମରେ ଯେଉଁ ବ୍ୟକ୍ତି ସର୍ବସାଧରଣ ସ୍ଥାନରେ ମାସ୍କ ନପିନ୍ଧିବ ସେମାନଙ୍କ ଠାରୁ ୨ ହଜାର ଟଙ୍କା ଆଦାୟ କରାଯିବ । ପୂର୍ବରୁ ମାସ୍କ ନପିନ୍ଧିଲେ ଦିଲ୍ଲୀ ସରକାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଉଥିଲା । ଅନ୍ୟପଟେ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ଋଣନୀତି ପ୍ରସ୍ତୁତ କରିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଜି ସର୍ବଦଳୀୟ ବୈଠକ ଡକାଯାଇଥିଲା । ବୈଠକ ପରେ କେଜ୍ରିୱାଲ କହିଛନ୍ତି ଯେ, ସବୁଦଳ କରୋନା ବିରୋଧରେ ଏକାଠି ଲଢିବାକୁ ରାଜି ହୋଇଛନ୍ତି । ଦିଲ୍ଲୀର କିଛି ବଜାର ବନ୍ଦ କରିବାକୁ କେଜ୍ରିୱାଲ କେନ୍ଦ୍ରସରକାରଙ୍କ ନିକଟରେ ଦାବି କରିଥିବା ବେଳେ ଏହାକୁ ବିରେଶଧ କରିଛି କଂଗ୍ରେସ ।