ଏଣିକି ବିନା ବାୟୋଲୋଜିରେ ପଢ଼ିପାରିବେ ଡାକ୍ତରୀ ପାଠ । ନ୍ୟାସନାଲ ମେଡିକାଲ କମିଶନ ଆଣିଲା ନୂଆ ଗାଇଡଲାଇନ୍

243

କନକ ବ୍ୟୁରୋ : ଏଣିକି ଯୁକ୍ତ ୨ରେ ବାୟୋଲଜି ପ୍ରମୁଖ ବିଷୟ ରଖିନଥିଲେ ବି ପଢିପାରିବେ ଡାକ୍ତରୀ । ଏଥିପାଇଁ ନ୍ୟାସନାଲ ମେଡିକାଲ କମିଶନ ଲାଗୁ କରିବାକୁ ଯାଉଛି ନୂଆ ଗାଇଡ ଲାଇନ୍ । ଯୁକ୍ତ ଦୁଇରେ ପ୍ରମୁଖ ବିଷୟ ବାୟୋଲଜି ନରଖିଲେ ମଧ୍ୟ ଅତିରିକ୍ତ ବିଷୟ ଭାବେ ବାୟୋଲଜି ବା ବାୟୋ-ଟେକନଲୋଜି ରଖି ଡାକ୍ତରୀ ପରୀକ୍ଷା ଦେଇହେବ । ପୂର୍ବରୁ ଡାକ୍ତରୀ ପରୀକ୍ଷା ଦେବାକୁ ହେଲେ ବାୟୋଲଜିକୁ ବାଧ୍ୟତାମୂଳକ ପାଠ୍ୟକ୍ରମରେ ରଖିବାକୁ ପଡୁଥିଲା ।ଏବେ କିନ୍ତୁ ଏହି କଟକଣାକୁ ହଟାଇ ଦେବାକୁ କହିଛି ଏନଏମସି ।

ତେଣୁ ଏବେ ମାଟ୍ରିକ ଏବଂ ଯୁକ୍ତ ଦୁଇରେ ବାୟୋଲଜି ବା ବାୟୋ-ଟେକନଲୋଜି ରଖି ନଥିବା ଆଶାୟୀ ମଧ୍ୟ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇପାରିବେ । ବିଜ୍ଞପ୍ତି ଅନୁସାରେ, ଯେଉଁ ଆଶାୟୀ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲଜି ବା ବାୟୋ-ଟେକନଲୋଜି ଏବଂ ଇଂରାଜୀକୁ ଅତିରିକ୍ତ ବିଷୟ ରଖି ଉତୀର୍ଣ୍ଣ ହୋଇଥିଲେ ଏମବିବିଏସ, ବିଡିଏସ ପାଠ୍ୟକ୍ରମ ଲାଗି ହେଉଥିବା ଏନ.ଇ.ଇଟି-ୟୁଜି ଟେଷ୍ଟ ଲାଗି ଯୋଗ୍ୟ ବିବେଚିତ ହେବେ । ନୂଆ ଗାଇଡ ଲାଇନ୍ ଅନୁଯାୟୀ ବାୟୋଲଜି ନେଇନଥିଲେ ମଧ୍ୟ ପରବର୍ତୀ ସମୟରେ ମାଟ୍ରିକ ଓ ଯୁକ୍ତ ଦୁଇ ସ୍ତରରେ ବାୟୋଲଜି ବା ବାୟୋ-ଟେକନଲଜି ପରୀକ୍ଷା ଦେଇ ନିଟ୍ ପରୀକ୍ଷା ଦେଇ ଯୋଗ୍ୟ ବିବେଚିତ ହୋଇପାରିବେ ।