ଏଣିକି ଆଧାର ସହ ଲିଙ୍କ ହେବ ଇପିଏଫ୍ ଆକାଉଣ୍ଟ ! ଜାଣନ୍ତୁ କିପରି ଘରେ ବସି କରିବେ ଆଧାର ସହ ଲିଙ୍କ ।

41

ସରକାର ସମସ୍ତ ଯୋଜନାଗୁଡିକରେ ଆଧାର ସହ ଲିଙ୍କ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏବେ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ତଥା ଇପିଏଫ ଆକାଉଣ୍ଟକୁ ବି ଆଧାର ସହିତ ଲିଙ୍କ କରିବାକୁ ଘୋଷଣା କରିଛନ୍ତି । ଯଦି କର୍ମଚାରୀ ଏପରି ନକରନ୍ତି ତେବେ ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ। ଏବେ ଏହି ଖାତାରେ ଆପଣ ବିନା ଲଗଇନରେ ବି ଘରେ ବସି ମାତ୍ର ୫ଟି ଷ୍ଟେପରେ ଆଧାର ସହ ଲିଙ୍କ କରିପାରିବେ। କିପରି କରିବେ ଆସନ୍ତୁ ଜାଣିବାଟ୍ଟ

ସର୍ବପ୍ରଥମେ ଆପଣ ଇପିଏଫଓର ୱେବସାଇଟ ତଥା epfindia.gov.in କୁ ଯାଆନ୍ତୁ । ୱେବସାଇଟର ହୋମପେଜରେ ହିଁ ଆପଣଙ୍କୁ ବାମ ପାର୍ଶ୍ୱରେ ଅନଲାଇନ୍ ସର୍ଭିସ ନାମକ ଟ୍ୟାବ ନଜର ଆସିବ । ଯାହାର ତଳ ଭାଗକୁ ଅନେକ ଅପସନ ନଜର ଆସିବ । ସେହିପରି ସବୁଠାରୁ ନିମ୍ନ ଭାଗରେ eKYC Portal ନାମକ ଅପସନ ନଜର ଆସିବ । ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।

ଏହାପରେ ଏଠାରେ ଏକ ପେଜ ଖୋଲିବ ଯାହାର ଉପର ଭାଗରେ ଲଗଇନର ଅପସନ ନଜର ଆସିବ । ଏହାର ଠିକ୍ ତଳ ଭାଗରେ TRACK EKYC ଏବଂ LINK UAN AADHAAR ଅପସନ ଥିବ। ଦୁଇଟି ଯାକ ମଧ୍ୟରୁ ସେକେଣ୍ଡ ଅପସନ ତଥା ଲିଙ୍କ ୟୁଏଏନ ଆଧାର ଉପରେ କ୍ଲିକ୍ କରନ୍ତୁ । ଯେଉଁ ପେଜ ଏଠାରେ ଖୋଲିବ ସେଥିରେ କିଛି ତଥ୍ୟ ଆପଣଙ୍କୁ ଦେବାକୁ ପଡିବ । ଏହି ଫର୍ମରେ ୟୁଏଏନ ନମ୍ବର, ଏବଂ ଇପିଏଫରେ ରେଜିଷ୍ଟର୍ଡ ହୋଇଥିବା ମୋବାଇଲ ନମ୍ବର ଦେଇ ଜେନରେଟ୍ ଓଟିପି ଉପରେ କ୍ଲିକ୍ କରନ୍ତୁ ।
ଏହାପରେ ପୁଣି ଆପଣ ଆପଣଙ୍କର ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଓଟିପି ପ୍ରାପ୍ତ ହେବ, ଯାହାକୁ ଓଟିପି ଥିବା କଲମରେ ଦାଖଲ କରନ୍ତୁ । ପୁଣି ଆଧାର ନମ୍ବର ମଧ୍ୟ ଦିଅନ୍ତୁ ଏବଂ ଏଠାରେ ନଜର ଆସୁଥିବା ସବମିଟ୍ ଅପସନ ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଆପଣଙ୍କୁ ଆପଣଙ୍କର ଆଧାର ସହ ଲିଙ୍କ ହୋଇଥିବା ନମ୍ବରକୁ ଓଟିପି କୋଡ ଆସିବ ।

ଏହି ଓଟିପି କୋଡକୁ ଏଠାରେ ଦାଖଲ କରନ୍ତୁ । ଆପଣଙ୍କର ୟୁଏଏନ ଆଧାର ସହିତ ଲିଙ୍କ ହୋଇଯିବ । ହେଲେ ଏଥିପାଇଁ ଜରୁରୀ ଅଟେ କି ଆପଣଙ୍କର ଆଧାର ଏବଂ ଇପିଏଫ ଖାତା ପାଇଁ ଦିଆଯାଇଥିବା ସମସ୍ତ ଡିଟେଲ୍ସ ସମାନ କି ନୁହେଁ । ଯଦି ଉଭୟଙ୍କ ମଧ୍ୟରେ ସାମାନତା ନହୁଏ ତେବେ ପିଏଫ ଖାତା ଲିଙ୍କ ହେବ ନାହିଁ । ଯଦି ଦୁଇଟି ଡିଟେଲ ସମାନ ହୋଇଥିବ ତେବେ ଇପିଏଫ ଆକାଉଂଟ ହୋଲଡର ଆଧାର ଲିଙ୍କ ହେବା ପରେ ଆଧାର ଲିଙ୍କ ଜନିତ ସମସ୍ତ ସେବାର ଲାଭ ମଧ୍ୟ ଉଠାଇ ପାରିବେ ।