ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଦୋକାନୀକୁ ବିଏମସିର ଚରମବାଣୀ : ଦୋକାନ ସାମ୍ନାରେ ଦୁଇଟି ଡଷ୍ଟବିନ୍ ନରଖିଲେ ସିଲ୍ ହେବ ଦୋକାନ

Advertisment
ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଦୋକାନୀକୁ ବିଏମସିର ଚରମବାଣୀ : ଦୋକାନ ସାମ୍ନାରେ ଦୁଇଟି ଡଷ୍ଟବିନ୍ ନରଖିଲେ ସିଲ୍ ହେବ ଦୋକାନ

ସ୍ବଚ୍ଛ ସର୍ବେକ୍ଷଣ-୨୦୨୧ ପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଯେପରି ଭଲ ରୢାଙ୍କ ମିଳିବ, ସେଥିପାଇଁ ବିଏମ୍‌ସି ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପରିମଳ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଥିବା ବେଳେ ବିଏମ୍‌ସି ପକ୍ଷରୁ ସମସ୍ତ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଦୁଇଟି ଡଷ୍ଟବିନ୍‌ ରଖିବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଦୋକାନରେ ଦୁଇଟି ଡଷ୍ଟବିନ୍‌ ରଖିବେନି, ସେମାନଙ୍କ ଦୋକାନ ସିଲ୍ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

publive-image

ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ବ୍ୟାପକ ସଚେତନତା ସତ୍ତ୍ବେ ବ୍ୟବସାୟୀମାନେ ଦୋକାନ‌ ସମ୍ମୁଖରେ ଦୁଇଟି ଡଷ୍ଟବିନ୍ ରଖୁନାହାନ୍ତି। ସମସ୍ତେ ଜୈବ ବର୍ଜ୍ୟ ଓ ଅଜୈବ ବର୍ଜ୍ୟ ପାଇଁ ଦୁଇଟି ଡଷ୍ଟବିନ୍ ରଖିବାକୁ ହେବ। ଏନେଇ ଆସନ୍ତା ତିନି ଦିନ ମାଇକ୍ ଯୋଗେ ପ୍ରଚାର କରାଯିବ। ଏହାପରେ ୨୮ ତାରିଖରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବ। ଯିଏ ଡଷ୍ଟବିନ୍ ରଖି ନଥିବେ, ତାଙ୍କ ଦୋକାନ ସିଲ୍‌ କରାଯିବା ସହ ଜରିମାନା ଆଦାୟ ହେବ। ଉଠାଦୋକାନୀ ହୋଇଥିଲେ ଉଚ୍ଛେଦ ସହ ଜରିମାନା ଆଦାୟ କରାଯିବ ବୋଲି ଶ୍ରୀ ଚୌଧରୀ କହିଛନ୍ତି। ଏହାସହ ଜନସାଧାରଣଙ୍କୁ ବିଏମ୍‌ସି କମିସନର୍‌ ନିବେଦନ କରିଛନ୍ତି ଯେ କେହି ସର୍ବସାଧାରଣ ରାସ୍ତା ଅପରିଷ୍କାର ନକରି ଡଷ୍ଟବିନ୍ ବ୍ୟବହାର କରନ୍ତୁ। ବିଏମ୍‌ସି ପକ୍ଷରୁ ଚିହ୍ନଟ ହୋଇଥିବା ସ୍ଥାନରେ ଅଳିଆ ପକାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe