କନକ ବ୍ୟୁରୋ : ନିଯୁକ୍ତିର ମାସେ ନପୁରୁଣ ଛଟେଇ । ଏହି ଛଟେଇ ପ୍ରତିବାଦରେ  ଗଞ୍ଜାମ ଜିଲ୍ଲାରେ କୋଭିଡ-୧୯ କାର୍ଯର୍୍ୟରେ ନିୟୋଜିତ ଷ୍ଟାଫନର୍ସ, ଫାର୍ମାସିଷ୍ଟ , ପାରା ମେଡିକାଲ  ଓ ଅନ୍ୟ କର୍ମଚାରୀ ଛତ୍ରପୁର ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଛନ୍ତି ।  ଏହି ଆନ୍ଦୋଳନ ଏବେ ବି ଜାରି ରହିଛି ।  ସେମାନେ ଅଭିଯୋଗ କରିଛନ୍ତି, ଚୁକ୍ତିନାମାର ଉଲ୍ଲଙ୍ଘନ କରାଯାଇ ନିଯୁକ୍ତିର ଏକମାସ ନପୁରୁଣୁ ଛଟେଇ କରାଯାଇଛି ।  ଜିଲ୍ଲା ପ୍ରଶାସନର ଏହି ନିଷ୍ପତି ପ୍ରତିବାଦରେ  ଶତାଧିକ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । 

Advertisment

publive-image

କୋଭିଡ-୧୯  କାର୍ଯ୍ୟର  ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଏ ଯାଏଁ କାର୍ଯ୍ୟରୁ ଅନ୍ତର କରାଯାଇନାହିଁ । କିନ୍ତୁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ନିଯୁକ୍ତି ପାଇଥିବା ସମସ୍ତଙ୍କୁ ଛଟେଇ କରାଯାଇଛି । 

publive-image

ଅଗଷ୍ଟ ୨୪ ତାରିଖରେ ନିଯୁକ୍ତି ଦିଆଯାଇଥିବାବେଳେ  ଗତମାସ ୧୮ ତାରିଖରେ ଛଟେଇ କରାଯାଇଛିା  ଏହାର ପ୍ରତିବାଦରେ ସେମାନେ ଆନ୍ଦୋଳନ କରିଛନ୍ତି ।