ବର୍ଷକ ଭିତରେ ଟାଙ୍ଗରା ଭୂଇଁ ପାଲଟିଲା ଜଙ୍ଗଲ: ଜାପାନୀ ପଦ୍ଧତିରେ ସମ୍ବଲପୁର ବୁର୍ଲା ଖଡିଆପଡାରେ ଚାରା ରୋପଣ

76

କନକ ବ୍ୟୁରୋ: ବର୍ଷକ ଭିତରେ ଟାଙ୍ଗରା ଭୂଇଁ ପାଲଟିଗଲା ଜଙ୍ଗଲରେ । ବନବିଭାଗ ନେଇଛି ଏମିତି ଏକ ପଦକ୍ଷେପ । ଦିନକୁ ଦିନ ଜଙ୍ଗଲ ନଷ୍ଟ ହୋଇଯାଉଥିବା ବେଳେ ଏବେ ଏହି ପଦକ୍ଷେପ ଯୋଗୁ ତିଆରି ହୋଇପାରିଛି ନୂଆ ଜଙ୍ଗଲ । ଟାଙ୍ଗରା ଭୂଇଁରେ ଜାପାନୀ ପଦ୍ଧତିରେ ବୃକ୍ଷ ରୋପଣ କରାଯାଇଛି । ଭଳିକିଭଳି ପ୍ରଜାତିର ଗଛ ସବୁ ଲଗାଇଛି ବନ ବିଭାଗ । ଆଉ ସବୁ ଗଛ ହେଉଛି ଦେଶୀ ପ୍ରଜାତିର । ୭୦ ପ୍ରଜାତିର ଚାରା ରୋପଣ କରାଯାଇଥିଲା । ଆଉ ସେଠାରେ ଏବେ ତିଆରି ହୋଇଛି କ୍ଷୁଦ୍ର୍ର ଏକ ଜଙ୍ଗଲ । ପ୍ରାୟ ବର୍ଷକ ତଳେ ଏହି ଗଛର ଚାରା ସବୁ ରୋପଣ କରାଯାଇଥିଲା । ଯାହା ଏବେ ୨୦ରୁ ୩୦ଫୁଟ ପର୍ଯ୍ୟନ୍ତ ବଢିଯାଇଛି । ଦେଖିଲେ ଲାଗୁଛି ଯେମିତି ବହୁ ପୁରୁଣା ଜଙ୍ଗଲ । ଏଡି ଜାପାନୀ ପଦ୍ଧତି ଅପାଣାଯାଇଥିବା ବେଳେ ଅତିଶିଘ୍ର ଜଙ୍ଗଲର ଘନତ୍ୱ ବୃଦ୍ଧି ପାଉଛି । ଏହି ବନୀକରଣର ନାଁ ବୀର ସୁରେନ୍ଦ୍ର ସାଏ ବନୀ କରଣ ରଖାଯାଇଛି । ଏହି ପଦ୍ଧତି ରେ ଚାରା ରୋପଣ କରାଗଲେ ୪ରୁ ୫ବର୍ଷ ଯାଏ ବଡ ଜଙ୍ଗଲ ସୃଷ୍ଟି ହୋଇପାରିବ । ଜଙ୍ଗଲ ହେଲେ ଏଠାରେ ମୃତିକା କ୍ଷୟ ରୋକିହେବ । ତା ସହିତ ବନ୍ୟପ୍ରାଣୀ ସୁରକ୍ଷିତ ରହିପାରିବେ । ତେଣୁ ଏହି ଜାପାନୀ ପଦ୍ଧତି ଜଙ୍ଗଲ ପାଇଁ ବେଶ ଅନୁକୂଳ ରହିବ ।