କନକ ବ୍ୟୁରୋ: ପଦ୍ମପୁରରେ ବାଜିଗର ହୋଇଛି ବିଜେଡି । ଉପ ନିର୍ବାଚନରେ ପୁଣି ଶୁଭିଛି ଶଙ୍ଖଧ୍ୱନି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାଜିତ କରି ପଦ୍ମପୁର ଦଖଲ କରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । ୨୩ ରାଉଣ୍ଡ ଗଣତି ପରେ ବିଜେଡି ୪୨ ହଜାର ୦୬୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପଦ୍ମପୁର ହାତେଇଛି ।
ତେବେ ପଦ୍ମପୁର ଭୋଟ୍ ଗଣିତକୁ ଦେଖିଲେ ଜଣାପଡୁଛି ଯେ, ନିଜ ରେସରେ ହିଁ ନିଜେ ପଛରେ ପଡିଛନ୍ତି ପ୍ରଦୀପ ପୁରୋହିତ । ଅର୍ଥାତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଯେତିକି ଭୋଟ୍ ମିଳିଥିଲା, ୨୦୨୨ ଉପ ନିର୍ବାଚନରେ ତା ଠାରୁ କମ୍ ଭୋଟ୍ ମିଳିଛି । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିଲା । ସେତେବେଳେ ବିଜେଡି ଦଳର ପ୍ରାର୍ଥୀ ଥିଲେ ଦିବଙ୍ଗିତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା । ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ମୋଟ ୭୭ ହଜାର ୫୬୫ ଖଣ୍ଡ ଭୋଟ୍ ମିଳିଥିଲା । ଆଉ ୨୦୨୨ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ମିଳିଛି ୭୭ ହଜାର ୪୪୭ ଭୋଟ୍ । ଅର୍ଥାତ ଗତ ନିର୍ବାଚନ ଅପେକ୍ଷା ଏଥର ନିର୍ବାଚନରେ ଭୋଟ୍ ହାର ବଢିଥିଲେ ବି ବିଜେପି ସପକ୍ଷରେ ଭୋଟରଙ୍କ ମତଦାନ ଅଧିକ ହେଇନି ବଂର କମ ହେଇଛି ।
୨୦୧୯ ସାଧାରଣ ନିର୍ବାଚନ
- ବିଜେଡି – ୮୩,୨୯୯ ଖଣ୍ଡ ଭୋଟ୍
- ବିଜେପି- ୭୭,୫୬୫ ଖଣ୍ଡ ଭୋଟ୍
- କଂଗ୍ରେସ -୩୨,୭୮୭ ଖଣ୍ଡ ଭୋଟ୍
୨୦୨୨ ଉପ ନିର୍ବାଚନ
- ବିଜେଡି – ୧,୧୯,୫୧୨ ଖଣ୍ଡ ଭୋଟ୍
- ବିଜେପି – ୭୭,୪୪୭ ଖଣ୍ଡ ଭୋଟ୍
- କଂଗ୍ରେସ – ୩୫୪୮ ଖଣ୍ଡ ଭୋଟ୍
୨୦୧୯ରୁ ୨୦୨୨ ଭିତରେ ବିଜେପି ପ୍ରାର୍ଥୀଙ୍କ ଭୋଟ୍ କମିଛି ୧୧୮ ଖଣ୍ଡ । ଅନ୍ୟପଟେ ଗତଥର ନିର୍ବାଚନରେ ବିଜେଡିକୁ ୮୩ ହଜାର ୨୯୯ ଖଣ୍ଡ ଭୋଟ୍ ମିଳିଥିବାବେଳେ, ଏଥର ମିଳିଛି ୧ ଲକ୍ଷ ୧୯ ହଜାର ୫୧୨ ଖଣ୍ଡ ଭୋଟ୍ । ସେହିପରି କଂଗ୍ରେସର ଭୋଟ୍ ସଂଖ୍ୟା ମଧ୍ୟ ଢେର ଗୁଣା କମିଛି । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୨ ହଜାର ୭୮୭ ଖଣ୍ଡ ଭୋଟ୍ ମିଳିଥିବାବେଳେ, ଏଥର ନିର୍ବାଚନରେ କିନ୍ତୁ ମିଳିଛି ମାତ୍ର ୩୫୪୮ ଖଣ୍ଡ ଭୋଟ୍ । ତେଣୁ ଭୋଟ୍ ଗଣିତର ଏହି ଧାରାକୁ ଦେଖିଲେ ଲାଗୁଛି ଯେ, କଂଗ୍ରେସର ଅଧିକାଂଶ ଭୋଟ୍ ବିଜେଡି ଖାତାକୁ ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/12/pradeep-19-22.jpg)