କନକ ବ୍ୟୁରୋ : ଅଶାନ୍ତ ଗଂଜାମ, ଗଡ଼ୁଛି ମୁଣ୍ଡ । ଦୁଇ ଦିନରେ ଗଲାଣି ଦୁଇ ଜୀବନ । ଗୁରୁବାର ସୁନୀଲ ନାହାକ । ଆଜି ଅନିଲ ମହାନ୍ତି । ଏହି ଦୁଇ ହତ୍ୟାକାଣ୍ଡ ପଛରେ ରହିଛି ରାଜନୈତିକ ଉଦ୍ଦେଶ୍ୟ । ଗଂଜାମ ଧରାକୋଟ୍ ଥାନା ବରିଗୁଡ଼ାରେ ଯୁବ ବିଜେଡ଼ି ନେତା ଅନିଲ ମହାନ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଧରାକୋଟ୍ ରାଣୀ ନନ୍ଦିନୀ ଦେବୀଙ୍କ ସମର୍ଥକ ଥିଲେ ଅନିଲ ମହାନ୍ତି । ସେ ସ୍କୁଟିରେ ଉଖୁଡ଼ାପଟା ଗାଁକୁ ଯାଉଥିଲେ । ଗାଁଠାରୁ ମାତ୍ର ଶହେ ମିଟର ଦୂରରେ ଏହି ହତ୍ୟାକାଣ୍ଡ ହୋଇଛି । ଛୁରୀ ଓ କାତିରେ ଅନିଲଙ୍କ ଶରୀରକୁ ବାରମ୍ବାର କ୍ଷତାକ୍ତ କରାଯାଇଥିବା ଚିହ୍ନ ରହିଛି । କିଏ ଓ କେଉଁ କାରଣରୁ ଏମିତି ହତ୍ୟାକାଣ୍ଡ ଘଟାଇଛନ୍ତି ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ଗଂଜାମ କୋଦଳା ଥାନା ଦାନପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ସଂଘବଦ୍ଧ ଆକ୍ରମଣରେ ଆସ୍କା ବ୍ଲକ ଅଧ୍ୟକ୍ଷାଙ୍କ ଦେଢ଼ଶୂର ସୁନୀଲ ନାହକଙ୍କ ମୃତ୍ୟୁ ହୋଇଥିଲାର । ସୁନୀଲ ନାଁରେ ରହିଛି ଅନେକ ସଂଗୀନ ମାମଲା ରହିଛି । ଆଜି ପୁଣି ଜଣଙ୍କ ଜୀବନ ଯାଇଛି । ଗଂଜାମରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟୁଥିବା ବେଳେ ଜିଲ୍ଲାର ଆଇନ ଶୃଂଖଳାକୁ ନେଇ ପ୍ରଶ୍ନ ଉଠିଛି ।