୨୪ ଘଂଟାରେ ପୁଣି ୨ ହଜାର ୮୭୦ ନୂଆ ଆକ୍ରାନ୍ତ, ୪୨ ମୃତ, ପରୀକ୍ଷା ହେଲା ୭୧ ହଜାର ୧୨୨ ନମୂନା ।

140

କନକ ବ୍ୟୁରୋ: ୨୪ ଘଂଟାରେ ଆଜି ପୁଣି ୨ ହଜାର ୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଅବଧିରେ ୪୨ ଜଣଙ୍କ ମୃତ ହୋଇଛି । ଗତ ୨୪ ଘଂଟାର କରୋନା ତାଲିକାରେ ଖୋର୍ଦ୍ଧାକୁ ଟପି ଯାଇଛି କଟକ । ଖୋର୍ଦ୍ଧାରେ ୩୮୪ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୪୦ । ଗତ ୨୪ ଘଂଟାରେ ରାଜ୍ୟରେ ୭୧ ହଜାର ୧୨୨ ନମୂନା ପରୀକ୍ଷା ହୋଇଛି । ସଂକ୍ରମଣ ହାର ୪ ଦଶମିକ ୩ ପ୍ରତିଶତ ରହିଛି ।

ସାରା ରାଜ୍ୟରୁ ମୋଟ ୯ ଲକ୍ଷ ୨୧ ହଜାର ୮୯୬ ଲୋକ ମହାମରୀ ଦ୍ୱାରା କବଳତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୮୭ ହଜାର ୪୨୦ ଜଣ ସୁସ୍ଥ ହୋଇ ହୋଇଛନ୍ତି । ୪ହଜାର ୧୯୬ ଜଣଙ୍କ ଜୀବନ ନେଇଛି ଏହି ଅଦୃଶ୍ୟ ଭୂତାଣୁ । ଏବେ ବି ୩୦ ହଜାର ୨୨୭ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତିା

ଅନ୍ୟପଟେ କାହିଁକି କମୁନି ରାଜ୍ୟରେ କରୋନା ସଂକ୍ରମଣ । ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି ଓଡିଶା ଆସିବେ କେନ୍ଦ୍ରୀୟ ଟିମ । ଏହି ଟିମ୍ ରାଜ୍ୟରେ କରୋନା ସ୍ଥିତିର ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ସେମାନଙ୍କୁ କଣ କହିବେ ତା ଉପରେ ନଜର ରହିଛି ।

Comments are closed.